Categories: ଖେଳ

ଭାରତୀୟ ଦଳ ପାଇଁ ଖୁସି ଖବର

କେପଟାଉନ,୧୫।୨: ଟି-୨୦ ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଜିତିବା ପରେ ଆଜି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡିଆକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଅଧିନାୟକ ହେଲି ମାଥ୍ୟୁସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଧନା ଭାରତୀୟ ଦଳକୁ ଫେରିଛନ୍ତି।
ଶେଷ ମ୍ୟାଚରେ ଉପ-ଅଧିନାୟକ ସ୍ମୃତି ମନ୍ଧନାଙ୍କ ବିନା ଭାରତୀୟ ଦଳ ଅବତରଣ କରିଥିଲା। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, କିନ୍ତୁ ଓପନର୍‌ ମନ୍ଧନା ଏହି ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ଫିଟ। ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପରେ ଭାରତ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଥିଲା।

Share