ଆଜିଠୁ ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ

ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପରେ ଦୁଇ ଏସୀୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ପୂର୍ବରୁ ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା।
ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ କରିବା ପାଇଁ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବେ। ଅନ୍ତିମ ୩ ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଜିତିଥିବା ବେଳେ ସମୁଦାୟ ୯ ସଂସ୍କରଣରେ ଏହା ୬ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅତୀତରେ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଅନେକ ଥର ଅଷ୍ଟ୍ରେଲିଆକୁ ହରାଇ ସାରିଛନ୍ତି। ତେବେ ବିଶ୍ୱକପ୍‌ରେ ଏହି ଦଳକୁ ହରାଇବା ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଛି। ବିଶ୍ୱକପ୍‌ରେ ଏହି ଦଳ ଅପରାଜେୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଇତିହାସର ସବୁଠାରୁ ସଫଳତମ ଅଧିନାୟିକା ମେଗ୍‌ ଲାନିଙ୍ଗ ୧୮ ମାସ ତଳେ କ୍ରିକେଟରୁ ଅବସର ନେଇଥିବା ବେଳେ ଆଲିସା ହିଲିଙ୍କୁ ଦାୟିତ୍ୱ ମିଳିଥିଲା। ହିଲିଙ୍କ ବ୍ୟତୀତ ଏଲିସ୍‌ ପେରୀ, ଆସ୍‌ଲେ ଗାର୍ଡନର ଓ ଗ୍ରେସ୍‌ ହ୍ୟାରିସଙ୍କ ପରି ମ୍ୟାଚ୍‌ ବିଜେତା ଖେଳାଳି ଏହି ଦଳରେ ରହିଛନ୍ତି। ଏହି ଦଳରେ ଦୁଇ ଯୁବ ପେସ୍‌ ବୋଲର ଟାୟଲା ଭାଲେମିଙ୍କ ଓ ଡାର୍ସି ବ୍ରାଉନ୍‌ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ଇଂଲଣ୍ଡ ଦଳ ୨୦୦୯ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ପରେ ୩ ଥର ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି। ବିଶ୍ୱକପ୍‌ ୟୁଏଇରେ ଖେଳାଯାଉଥିବା କାରଣରୁ ସୋଫି ଏକେଲଷ୍ଟୋନଙ୍କ ବଡ ଭୂମିକା ରହିବ। ସେହିପରି ସାରା ଗ୍ଲେନ୍‌ ଓ ଚାର୍ଲି ଡିନ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।
ଅଷ୍ଟ୍ରେଲିଆ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇପାରେ ହରମନ୍‌ପ୍ରୀତ କୌରଙ୍କ ଭାରତୀୟ ଦଳ। ୨୦୨୦ ଟି୨୦ ବିଶ୍ୱକପ୍‌ ଓ ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡାର ଫାଇନାଲରେ ଭାରତ ପରାଜିତ ହୋଇଥିଲା। ଏପରି କି ଅପେକ୍ଷାକୃତ ଦୁର୍ବଳ ଶ୍ରୀଲଙ୍କା ନିକଟରୁ ଦଳ ଏସିଆ କପ୍‌ ଫାଇନାଲରେ ମଧ୍ୟ ହାରି ଯାଇଥିଲା। ତେବେ ଭାରତ ନିକଟରେ ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନ୍‌ପ୍ରୀତ ଓ ରିଚା ଘୋଷଙ୍କ ପରି ଆକ୍ରମଣାତ୍ମକ ବ୍ୟାଟର ରହିଥିବା ବେଳେ ଏକାଧିକ ମ୍ୟାଚ୍‌ ବିଜେତା ସ୍ପିନ୍‌ ବୋଲର ରହିଛନ୍ତି। ଭାରତ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବା ଆଶା କରାଯାଏ। ବିଗତ ସଂସ୍କରଣର ରନର୍‌ ଅପ୍‌ ରହିଥିବା ଦକ୍ଷିଣ ଆଫ୍ରିକା ମଧ୍ୟ କଡା ଚ୍ୟାଲେଞ୍ଜ ଦେବାର ସମ୍ଭାବନା ରହିଛି। ଲୌରା ଓଲ୍ଭଡର୍‌ଟଙ୍କ ନେତୃତ୍ୱାଧୀନ ଦଳ ଗତବର୍ଷ ଫାଇନାଲର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ପୁଣି ଆପତ୍ତିଜନକ ମନ୍ତବ୍ୟ ଦେଲେ ଜାକିର, କହିଲେ ହିନ୍ଦୁମାନେ ମୋତେ…

ଇସଲାମାବାଦ,୩ା୧୦: ଭାରତରୁ ପଳାୟନ କରିଥିବା ପଳାତକ ତଥା ଇସଲାମିକ ପ୍ରଚାରକ ଜାକିର ନାଇକ ପାକିସ୍ତାନରେ ଅଛନ୍ତି। ଜାକିର ସେପ୍ଟେମ୍ବର ୩୦ରୁ ପାକିସ୍ତାନରେ ଅଛନ୍ତି ଏବଂ ସେବେଠାରୁ...

ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩ା୧୦: ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଭିତରେ ଉତ୍ତେଜନା ବଢ଼ିବାରେ ଲାଗିଥିବାରୁ ସଂଯମ ରହିବା ପାଇଁ ବୁଧବାର ସବୁ ପକ୍ଷଙ୍କୁ ଭାରତ ପରାମର୍ଶ ଦେଇଛି। ଆଲୋଚନା...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ବୁମ୍‌ରା ପୁଣି ୧ ନମ୍ବର

ଦୁବାଇ,୨ା୧୦: ଭାରତୀୟ ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬...

ଏସବୁ ସ୍ଥାନରେ ବଡ଼ଧରଣର ଯୁଦ୍ଧ କରିବ ଇସ୍ରାଏଲ, ଭାଙ୍ଗିବ ଅର୍ଥନୀତିର ମେରୁଦଣ୍ଡ

ଜେରୁଜେଲମ୍‌,୨ା୧୦: ପଶ୍ଚିମ ଏସିଆ କିମ୍ବା ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧର ବିପଦ ରହିଛି। ଇରାନର ସହଯୋଗୀ ଦେଶମାନଙ୍କ ଉପରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ପରେ...

ସଙ୍କଟ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ? ଜାଣନ୍ତୁ

ନୂଆଦିଲ୍ଲୀ,୨।୧୦: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ ଵାଲାଷ୍ଟିକ ମିସାଇଲ ମାଡ଼ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ମିଳିତ ଜାତିସଂଘ ମହାସଚିବଙ୍କ ଉପରେ ବ୍ୟାନ୍ ଲଗାଇଲା ଇସ୍ରାଏଲ; କହିଲା-‘ଆତଙ୍କବାଦୀଙ୍କୁ ଦେଉଛନ୍ତି ସମର୍ଥନ’

ନୂଆଦିଲ୍ଲୀ,୨।୧୦: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର...

ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ

ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ...

ପାକିସ୍ତାନ କ୍ରିକେଟ୍‌ରେ ହଲଚଲ: ପୁଣି ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ନୂଆଦିଲ୍ଲୀ,୨।୧୦: ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri