Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର

ନୂଆଦିଲ୍ଲୀ, ୨୦ା୭: ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି। ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ଉପରେ ସଂସ୍କାର ଦାବିରେ ଦେଶର ରାଜଧାନୀରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି।

ଏହା ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଲାଣି। ଢାକାରେ ବାଂଲାଦେଶ ପୋଲିସ କର୍ଫ୍ୟୁ ଜାରି କରିଥିବା ବେଳେ ସେନା ମୁତୟନ କରାଯାଇଛି। ମହିଳା ଟି୨୦ ବିଶ୍ୱକପ୍‌ରେ ସବୁଠାରୁ ସଫଳ ଦଳ ଭାବେ ଅଷ୍ଟ୍ରେଲିଆ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ରେ ରେକର୍ଡ ସର୍ବାଧିକ ୬ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଥରେ ଲେଖାଏ ଚାମ୍ପିୟନ ହୋଇପାରିଛନ୍ତି।

ହରମନପ୍ରୀତ କୌରଙ୍କ ଅଧୀନରେ ଭାରତ ପ୍ରଥମ ଟାଇଟଲ ସନ୍ଧାନରେ ଅଛି। ଭାରତ ବର୍ତ୍ତମାନ ଶ୍ରୀଲଙ୍କାର ଦାମ୍ବୁଲାଠାରେ ମହିଳା ଏସିଆ କପ୍‌ ଖେଳୁଛି। ପେସ୍‌ ବୋଲର ରେଣୁକା ସିଂ କହିଛନ୍ତି, ଦଳ ଏହି ଟୁର୍ନାମେଣ୍ଟକୁ ଆଇସିସି ମେଗା ଇଭେଣ୍ଟ ଲାଗି ଏକ ପ୍ରସ୍ତୁତି ରୂପେ ବିବେଚନା କରୁଛି। ଏସିଆ କପ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଟି ୨୦ ବିଶ୍ୱକପ୍‌ ପୂର୍ବରୁ ଆମ ପାଖରେ ଆଉ ଅଧିକ ମ୍ୟାଚ ରହିବ ନାହିଁ। ଆମକୁ କେବଳ ଅଭ୍ୟାସ ଉପରେ ନିର୍ଭର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri