ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ମାମଲାର ଶୁଣାଣି କରି ଭୂତସରସିଙ୍ଗି କାନରାବ୍ୟାଙ୍କ ପିଅନ ରାମଚନ୍ଦ୍ର ନାୟକ( ୩୮)ଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନ ଦେବାକୁ କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।
ଏପରିକି ଏହି ଜରିମାନ ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣି ମୁତାବକ, ଗତ ୨୦୨୩ ଅଗଷ୍ଟ ୯ ତାରିଖରେ ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମର ସାରଳା ଏସ୍‌ଏଚ୍‌ଜି ମହିଳା ସଂଘ ଭୂତସରସିଙ୍ଗି କାନାରା ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ୧୦ ହଜାର ଟଙ୍କା ରୁଣ ନେଇଥିଲେ। ଏହାର ପରିଶୋଧର ମାସିକ କିସ୍ତି ଟଙ୍କା ୧୮ ହଜାର ଲେଖାଏ ୮ ମାସର ମୋଟ ୧ଲକ୍ଷ ୪୪ ହଜାର ଟଙ୍କା ବ୍ୟାଙ୍କକୁ ପରିଶୋଧ କରି ରସିଦ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ନ ମହିଳାମାନେ ଜାଣିବାକୁ ପାଇଥିଲେ। ଏପରିକି ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ କରିଥିବା ନେଇ ଏସ୍‌ଏଚ୍‌ଜି ମହିଳାସଂଘ ସଭାନେତ୍ରୀ ରମା ନାହାକଙ୍କ ସମେତ ୧୦ଜଣ ମହିଳା ପୁରୁଷୋତ୍ତମପୁର ଥାନାରେ ପୋଲିସରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୫୯୧/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ପୋଲିସ ଅଫିସର ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ର ଘଟଣାର ତଦନ୍ତ କରି କୋର୍ଟରେ ଚାର୍ଜସିଟ ରିପୋର୍ଟ ଦାଖଲ କରିଥିଲେ। ବିଚାରପତି ୧୩ଜଣ ସାକ୍ଷ୍ୟଙ୍କ ବୟାନ ଏବଂ ଚାର୍ଜସିଟ୍‌ ରିପୋର୍ଟକୁ ଭିତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ଆଇଜୀବୀ କୃଷ୍ଣଚନ୍ଦ୍ର ଗୌଡ଼ ପରିଚାଳନା କରୁଥିଲେ। ସୂଚନା ଯୋଗ୍ୟ, ରାଧାକୃଷ୍ଣ ଏସ୍‌ଏଚ୍‌ଜିର ଟଙ୍କା ହଡ଼ପ ଅଭିଯୋଗରେ ମୁଖ୍ୟ ବିଚାରପତି ଗତ ଜୁଲାଇ ୩୧ ତାରିଖରେ ରାମଚନ୍ଦ୍ରଙ୍କୁ ଅନୁରୁପ ଭାବେ ଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri