Posted inଖେଳ

ମହିଳା ଭଲିବଲ ଚ୍ୟାଲେଞ୍ଜ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୩-୦ (୨୫-୧୫, ୨୫-୨୨, ୨୫-୧୮)ରେ କାଜାଖସ୍ତାନକୁ ହରାଇ ଏହି ଐତିହାସିକ ସଫଳତା ଲାଭ କରିଛି। ଟାଇଟଲ ମୁକାବିଲାରେ ଆଟାକର ଅନୁଶ୍ରୀ, ବ୍ଲକର ଅଶ୍ୱିନ ଓ ସୋର୍ଯ୍ୟା ଏବଂ ଅଲ୍‌ରାଉଣ୍ଡର ଜିନ୍‌ସି ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତ ସ୍ବର୍ଣ୍ଣ, କାଜାଖସ୍ତାନ ରୌପ୍ୟ ଓ ଆୟୋଜକ ନେପାଳ ବ୍ରୋଞ୍ଜ ପଦକ ହାସଲ କରିଛି। ଏନ୍‌ଏସ୍‌ସି କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ଏହାଥିଲା ତୃତୀୟ ସଂସ୍କରଣ। ମାତ୍ର ଭାରତ ପ୍ରଥମଥରପାଇଁ ଏଥିରେ ଭାଗନେଇ ଟାଇଟଲ ହାସଲ କରିଛି। ଭାରତୀୟ ଦଳର ଅଧିନାୟିକା ନିର୍ମାଲ ଟୁର୍ନାମେଣ୍ଟର ସବୁଠାରୁ ମୂଲ୍ୟବାନ ଖେଳାଳି ବିବେଚିତ ହୋଇଛନ୍ତି। ସୋର୍ଯ୍ୟାଙ୍କୁ ଶ୍ରେଷ୍ଠ ମିଡିଲ ବ୍ଲକର, ଜିନି ଶ୍ରେଷ୍ଠ ସେଟର ଓ ଅନୁଶ୍ରୀଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଆଉଟ ସାଇଡ୍‌ ହିଟର ପୁରସ୍କାର ପ୍ରଦାନ କରାଯାଇଛି। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଅଚ୍ୟୁତ ଭିଏଫ୍‌ଆଇ ସଭାପତି ହେବାପରେ ଏହି କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଫଳରେ ସ୍ବରୂପ ଦଳକୁ ସଫଳତା ମିଳିବାରେ ଲାଗିଛି। ଗତବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ ଭଲିବଲ ଚାମ୍ପିୟନଶିପ୍‌ରେ ଭାରତ ରୌପ୍ୟ ପଦକ ପାଇଥିଲା। ତେଣୁ ୨ ବର୍ଷ ମଧ୍ୟରେ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ସ୍ତରରେ ୨ଟି ପଦକ ହାସଲ କରିଛି। ଏହା ବ୍ୟତୀତ ୨୦ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଦଳ ଦୀର୍ଘ ୨୦ ବର୍ଷ ବ୍ୟବଧାନରେ ଏସିଆନ ପୁରୁଷ ଭଲିବଲରେ ରୌପ୍ୟ ପଦକ ପାଇବା ସହ ଏଫ୍‌ଆଇଭସିବି ୨୧ ବର୍ଷରୁ କମ୍‌ ପୁରୁଷ ବିଶ୍ୱ ଭଲିବଲ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ୧୮ ବର୍ଷରୁ କମ୍‌ ଭାରତୀୟ ପୁରୁଷ ଭଲିବଲ ଦଳ ୧୪ ବର୍ଷ ପରେ ଏସିଆନ ପୁରୁଷ ଭଲିବଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛି। ଏଥିସହ ଏହି ଦଳ ୧୯ ବର୍ଷରୁ କମ୍‌ ଏଫ୍‌ଆଇଭିବି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ପାଇଛି। ଗତ ୨ ବର୍ଷ ମଧ୍ୟରେ ଭାରତୀୟ ଭଲିବଲ ଦଳ ୮ଟି ଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ’ଣ ଯେ କେହି ବି କିଣିପାରିବେ IPL ଟିମ୍‌, ଜାଣନ୍ତୁ କେତେ ଟଙ୍କା ନିବେଶ କରିବାକୁ ପଡେ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର 18ତମ ସିଜିନ 22 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ...

ଧୋନୀଙ୍କ ଲମ୍ବା କେଶ ବାଲା ‘ଆନିମଲ’ଲୁକ ମନ କିଶୁଛି ଦର୍ଶକଙ୍କର, ୟୁଜର୍ସ କହିଲେ ଫେଲ ମାରିଲେ ରଣବୀର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଲିଗର ୧୮ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ...

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେନି ହାର୍ଦ୍ଦିକ ପାଣ୍ଡ୍ୟା, ପ୍ଲେଇଂ ୧୧ରେ ବି ମିଳିବନି ସ୍ଥାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

ପାକିସ୍ତାନ କ୍ରିକେଟ ଆହୁରି ତଳକୁ ଯିବ: ଏଭଳି ଚେତାବନୀ ଦେଲେ ଇଞ୍ଜାମାମ

ଇସଲାମାବାଦ,୧୮ା୩: ପାକିସ୍ତାନ କ୍ରିକେଟର ସ୍ତର ନିମ୍ନଗାମୀ ହେଉଥିବା ବେଳେ ଏହାକୁ ନେଇ ପୂର୍ବତନ ଅଧିନାୟମ ଇଞ୍ଜାମାମ-ଉଲ-ହକ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ ମତରେ ପାକିସ୍ତାନ କ୍ରିକେଟ...

IPL 2025 ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି ୧୩ ବର୍ଷୀୟ କ୍ରିକେଟର୍‌: କୋଚ ଆଶ୍ଚର୍ଯ୍ୟ

ଜୟପୁର,୧୮।୩: IPL 2025 ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ ସମୟ ବାକି ଅଛି। ୧୮ତମ ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଖେଳାଯିବ।...

IPLରେ ଅମ୍ପାୟାରଙ୍କୁ ମିଳେ ଏତିକି ଦରମା, ଗୋଟିଏ ସିଜିନ୍‌ରୁ ହୁଏ ଲକ୍ଷ ଲକ୍ଷ ରୋଜଗାର

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସିଜିନରେ, ୬ ଜଣ ଖେଳାଳି ଏପରି ହେବେ ଯେଉଁମାନେ...

IPL 2025ରେ ଭାଙ୍ଗିପାରେ ବିରାଟ କୋହଲିଙ୍କ ‘୯୭୩’ ବାଲା ରେକର୍ଡ

ନୂଆଦିଲ୍ଲୀ,୧୮।୩: ବିଶ୍ୱର ସବୁଠାରୁ ଧନୀ ଫ୍ରାଞ୍ଚାଇଜ ଲିଗ IPLର ୧୮ତମ ସିଜିନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ନୂଆ ସିଜିନ ସହିତ, ଏହା ନିଶ୍ଚିତ...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image