Categories: ଖେଳ

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ନୀତୁଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୪୮ କିଲୋଗ୍ରାମ ଓଜନ ବର୍ଗରେ ନୀତୁ ଘଂଘାସ ମୋଙ୍ଗୋଲିଆର ଲୁଟସେଖନ ଆଲତେଙ୍ଗସେଙ୍ଗଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ବକ୍ସର ଏହି ମ୍ୟାଚକୁ ୫-୦ରେ ଜିତିଛନ୍ତି। ଏହାପୂର୍ବରୁ ନୀତୁ ସେମିଫାଇନାଲ ମ୍ୟାଚରେ କାଜାଖସ୍ତାନର ବକ୍ସରଙ୍କୁ ପରାସ୍ତ କରିଥିଲେ।

ନୀତୁଙ୍କ ପରେ ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ଆଖି ସ୍ବିଟି ବୁରାଙ୍କ ଉପରେ ରହିଛି। ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପ ଫାଇନାଲରେ ସ୍ବିଟି ବୁରା ମଧ୍ୟ ତାଙ୍କ ସ୍ଥାନ ନିଶ୍ଚିତ କରିଛନ୍ତି। ଭାରତୀୟ ବକ୍ସର ସ୍ବିଟି ୮୧ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ନୀତୁଙ୍କ ପରେ ଏବେ ସ୍ବିଟି ଭାରତ ଖାତାରେ ଆଉ ଏକ ସ୍ବର୍ଣ୍ଣ ପଦକ ଯୋଡ଼ିବାର ସମ୍ଭାବନା ସୃଷ୍ଟି କରିଛନ୍ତି।

 

Share