ଅଭିଷେକଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ଐଶ୍ଚର୍ଯ୍ୟା

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପାଓ୍ବାରଫୁଲ୍‌ ଦମ୍ପତି। ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ପାଇଁ ଫିଲ୍ମ ‘ଧୁମ’ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏକ ଫିଲ୍ମର ଶୁଟିଂ ସମୟରେ ଦୁହେଁ ପ୍ରେମରେ ପଡିଥିଲେ। ୨୦୦୭ ମସିହାରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଅନେକ ସାକ୍ଷାତକାରରେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଉଭୟ ନିଜ ପ୍ରେମ କାହାଣୀ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଐଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଅଭିଷେକଙ୍କୁ ବହୁତ ଭଲ ପାଆନ୍ତି। ଅଭିଷେକ ଜଣେ ଭଦ୍ର, ଉଦାର ବ୍ୟକ୍ତି,ମୁଁ ତାଙ୍କ ଗୁଣକୁ ଭଲ ପାଏ। ସେ ପ୍ରତ୍ୟେକ ସାଧାରଣ ଲୋକ ପରି ବ୍ୟବହାର କରନ୍ତି। ଆମ ସମ୍ପର୍କ ମଧ୍ୟରେ ବିଶ୍ୱାସ ଏକ ବଡ ଅସ୍ତ୍ର। ବିଶ୍ୱାସ ଆମ ସମ୍ପର୍କକୁ ଆହୁରି ଦୃଢ କରିଛି ବୋଲି କହନ୍ତି ଐଶ୍ଚର୍ଯ୍ୟା।

Share