Categories: ବାଣିଜ୍ୟ

ୱଣ୍ଡର୍ଲା ଭୁବନେଶ୍ୱରର ପାର୍ବଣ ଉପହାର ଅଫର

ଭୁବନେଶ୍ୱର,୪।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କଚେନ୍‌ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଉପହାର ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୈଧ ରହିଛି। ପାର୍ବଣ ଋତୁ ଅବସରରେ ୱଣ୍ଡର୍ଲା ଭୁବନେଶର ପାର୍କର ଟିକେଟ ଉପରେ ମଧ୍ୟ ସ୍ବତନ୍ତ୍ର ରିହାତି ପ୍ରଦାନ କରୁଛି। ଏପରିକି ସୀମିତ ସମୟ ଅଫର ପାଇଁ ଏହି ଟିକେଟଗୁଡିକ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଉପଲବ୍ଧ ଥିଲାବେଳେ କେବଳ ୬୭୯ ଟଙ୍କାରେ ୨୧ରୁ ଅଧିକ ଲ୍ୟାଣ୍ଡ ଏବଂ ୱାଟର ରାଇଡ୍‌ ପାଇଁ ସୀମାହୀନ ସୁବିଧା ସହ ପାର୍କ ଟିକେଟ ଏବଂ ଏହି ସୀମିତ ଅବଧି ଅଫର ଅନ୍‌ଲାଇନ ବୁକିଂ ପାଇଁ ଉପଲବ୍ଧ ହେଉଛି, ଯାହା ପରିବାର ଓ ବନ୍ଧୁମାନଙ୍କୁ ପାର୍କରେ ଏକାଠି କରାଇବା ଓ ପାର୍ବଣ ଉତ୍ସାହକୁ ଉପଭୋଗ କରିବା ପାଇଁ ଆମନ୍ତ୍ରିତ କରୁଛି।
ଏ ସମ୍ପର୍କରେ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ଏମ୍‌ଡି ଅରୁଣ କେ. ଚିଟ୍ଟିଲାପ୍ପିଲ୍ଲୀ କହିଥିଲେ, ପୂଜା ହେଉଛି ଆନନ୍ଦ,ଏକତା ଓ ଉତ୍ସବର ଏକ ସମୟ ଏବଂ ଆମେ ଆମର ଅତିଥିମାନଙ୍କୁ ଏହି ସ୍ବତନ୍ତ୍ର ପାର୍ବଣ ଋତୁରେ ୱଣ୍ଡର୍ଲା ଭୁବନେଶ୍ୱରର ଆକର୍ଷଣୀୟ ଅନୁଭୂତି ଦେବା ପାଇଁ ଏକ ସ୍ବତନ୍ତ୍ର ସୁଯୋଗ ପ୍ରଦାନ କରିବା ଲାଗି ଉତ୍ସାହିତ ରହିଛୁ। ଏପରିକି ଆମର ପୂଜା ଉପହାର ଅଫରକୁ ପରିବାର ଓ ବନ୍ଧୁମାନଙ୍କୁ ଏକାଠି କରାଇବା ସହିତ ରୋମାଞ୍ଚକର ରାଇଡ୍‌ଗୁଡ଼ିକୁ ଉପଭୋଗ କରିବା ଏବଂ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି ପାଇଁ ପରିକଳ୍ପନା କରିଛୁ। ସେହିଭଳି ଆମେ ସମସ୍ତଙ୍କୁ ଏହି ଶୁଭ ଅବସରକୁ ଆମ ସହ ପାଳନ କରିବା ଏବଂ ପାର୍କରେ ଆମର ଅତୁଳନୀୟ ରିହାତି ଓ ଉତ୍ସବର ଲାଭ ଉଠାଇବାକୁ ଆମନ୍ତ୍ରଣ କରୁଛୁ। ଏହି ଉତ୍ସବକୁ ବଜାୟ ରଖିବା ପାଇଁ ଓଡ଼ିଶାର ଏକମାତ୍ର ଆମ୍ୟୁଜ୍‌ମେଣ୍ଟ ପାର୍କ ୱଣ୍ଡର୍ଲା ଭୁବନେଶ୍ୱର ପର୍ଯ୍ୟଟକଙ୍କୁ ଏକ ଉତ୍ସବ ସ୍ବତନ୍ତ୍ର ଥାଳି,ଉସତ୍ାହଭରା ଢୋଲ ପରିବେଷଣ, ଦାଣ୍ଡିଆ ନାଇଟ୍ସ, ଦମ୍‌ଦାର ଡ୍ୟାନ୍ସ ଶୋ ଏବଂ ଏକ ରୋମାଞ୍ଚକ ଡିଜେରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି। ଏହାଛଡ଼ା ଏହି ପାର୍କ ପାର୍ବଣ ଋତୁରେ ଅତିରିକ୍ତ ଏକ ଘଣ୍ଟା ପାଇଁ ଅର୍ଥାତ୍‌ ସନ୍ଧ୍ୟା ସାଢେ ୭ ଘଟିକା (୭.୩୦) ପର୍ଯ୍ୟନ୍ତ ଖୋଲା ରହିବ,ଯାହା ପରିଦର୍ଶକଙ୍କୁ ପାର୍ବଣ ଉତ୍ସବରେ ବୁଡ଼ି ରହିବା ଏବଂ ଉତ୍ସାହଜନକ ରାଇଡ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକଳାପଗୁଡିକୁ ଉପଭୋଗ କରିବା ପାଇଁ ଅଧିକ ସମୟ ଦେବ।

Share