ଆଫଗାନିସ୍ତାନ ମାଟିକୁ କେହି ଚାଇନା ବିରୋଧରେ ବ୍ୟବହାର କରିପାରିବେ ନାହିଁ

କାବୁଲ,୨୮।୭: ଆଫଗାନିସ୍ତାନ ମାଟିକୁ ଚାଇନା ବିରୋଧରେ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଏହା ବଦଳରେ ଆଫଗାନିସ୍ତାନ ଛିଡ଼ା ହେବା ଜାରି ରଖିବ ଚାଇନା। ଆଫଗାନିସ୍ତାନର ବିବାଦରେ ଚାଇନା ମୁଣ୍ଡ ଖେଳାଇବ ନାହିଁ। କିନ୍ତୁ ସମସ୍ୟାର ସମାଧାନ ଓ ଦେଶରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଚାଇନା ସାହାଯ୍ୟ କରିବ। ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ସହ ବୈଠକ ପରେ ତାଲିବାନ ପ୍ରବକ୍ତା ମହମ୍ମଦ ନଇମ ଏଭଳି କହିଛନ୍ତି।

ନର୍ଦନ ଚାଇନିଜ ସହର ତିଆନଜିନକୁ ୨ ଦିନିଆ ଗସ୍ତରେ ଆସିଥିବା ତାଲିବାନର ୯ ଜଣିଆ ପ୍ରତିନିଧି ଦଳ ବୁଧବାର ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ଭେଟିଥିଲା। ଏହି ବୈଠକରେ ଦେଶରେ ଶାନ୍ତି ଫେରାଇ ଆଣିବା ଓ ସୁରକ୍ଷା ବାବଦରେ ଆଲୋଚନା କରାଯାଇଥିବା ଚାଇନିଜ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏଭଳି କୁହାଯାଇଛି।

 

Share