Categories: ଜାତୀୟ

‘ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ ’

କର୍ନାଲ, ୧୪।୨ : କୃଷକଙ୍କ ଦାବି ପୂରଣ ନ ହେଲେ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ। ହରିୟାଣାର କର୍ନାଲ ଜିଲାରେ ଆୟୋଜିତ ଏକ ‘ମହାପଞ୍ଚାୟତ’ରେ ଯୋଗଦେଇ ଏହା କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌।

ନୂଆ ଚାଷୀ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ବୃଦ୍ଧି କରିବା ଲାଗି ୪୦ କୃଷକ ନେତା ପୂରା ଦେଶ ଭ୍ରମଣ କରିବେ। ସରକାର ଆମ ସପକ୍ଷରେ ନିଷ୍ପତ୍ତି ନ ନେଲା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିବାକୁ ଦେବୁ ନାହିଁ। କନ୍ଦ୍ରର ନୂଆ ଚାଷୀ ଆଇନ ଦେଶବାସୀଙ୍କୁ ଭାଗ ଭାଗ କରିଦେବ। ଏହି ଆଇନ କେବଳ କୃଷକଙ୍କୁ ପ୍ରଭାବିତ କରିବ ତା ନୁହେଁ, ଛୋଟ ବ୍ୟବସାୟୀ, ଦିନ ମଜୁରିଆ ଓ ଅନ୍ୟ ଶ୍ରେଣୀ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଟିକାଏତ୍‌ କହିଛନ୍ତି।

Share