ବେଙ୍ଗାଲୁରୁ,୧୧ା୧: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ. ଶିବକୁମାର (ଡିକେଏସ୍) ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ନ ହେବା ଯାଏ ଦାଢ଼ି କାଟିବେ ନାହିଁ ବୋଲି କହିଛନ୍ତି। ରବିବାର ଆୟୋଜିତ ଏକ ରାଲିରେ ସାପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ଶିବକୁମାର ଓ ଅନ୍ୟ ୩୦ କଂଗ୍ରେସ ନେତା ଗିରଫ ହୋଇଥିଲେ। ଏହି ଅବସରରେ ଶିବକୁମାର କହିଥିଲେ, ତିହାର ଜେଲରେ ଥିବାବେଳେ ସେ ବଢ଼ାଇଥିବା ଦାଢ଼ି କାଟି ନାହାନ୍ତି। ମୁଖ୍ୟମନ୍ତ୍ରୀ ହେଲେ ସେ ଖିଅର ହେବେ। ଏହି ସଫଳତା ପାଇଁ କେବଳ ପ୍ରଦେଶର ଜନସାଧାରଣ ହିଁ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ସେ କହିଛନ୍ତି।