“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା ପ୍ରାର୍ଥୀ ଜୁଏଲ ଓରାମ ବଡ଼ ବୟାନ ଦେଇଛନ୍ତି। ଚର୍ଚ୍ଚା ମଧ୍ୟରେ ଜୁଆଲ ଓରାମ କହିଛନ୍ତି ଯେ ସେ ଏହି ପଦବୀ ପାଇଁ ଆଗ୍ରହୀ ନୁହଁନ୍ତି। କିନ୍ତୁ ଯଦି ରାଜ୍ୟକୁ ନେତୃତ୍ୱ ତାଙ୍କ ଉପରେ ଭରସା କରି ଏହି ଦାୟିତ୍ୱ ଦିଅନ୍ତି ତେବେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିବି ନାହିଁ, ମୁଖ୍ୟମନ୍ତ୍ରୀ ଭାବରେ ମୋର କର୍ତ୍ତବ୍ୟ ପାଳନ କରିବି। ତେବେ ଆମ ଦଳରେ ଅନେକ ଦକ୍ଷ ନେତା ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିବେଚିତ ହୋଇପାରନ୍ତି। ତଥାପି ଆମ ଦଳର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ପାଳନ କରିବୁ।”

ରାଜ୍ୟରେ ଶାସକ ବିଜେଡିକୁ ଟାର୍ଗେଟ କରି ଓରାମ କହିଛନ୍ତି, “ଓଡିଶାରେ କୌଣସିଗଣତନ୍ତ୍ର ନାହିଁ। ରାଜ୍ୟ ଅମଲାତନ୍ତ୍ରଙ୍କ ଦ୍ୱାରା ଶାସିତ ହେଉଛି। ବୟସ ବଢିବା ସହ ସ୍ୱାସ୍ଥ୍ୟଗତ କାରଣରୁ ମୁଖ୍ୟମନ୍ତ୍ରୀ ପ୍ରଭାବହୀନ ହୋଇଛନ୍ତି, ସେ ବିଫଳ ହୋଇଛନ୍ତି। ଜଣେ ନେତାଙ୍କୁ ପ୍ରୋଜେକ୍ଟ କରିବାକୁ ସେ ଭି.କେ ପାଣ୍ଡିଆନ୍ (ସରକାରରେ କ୍ୟାବିନେଟ୍ ମାନ୍ୟତା ପାଇଥିବା ପୂର୍ବତନ ଆଇଏଏସ୍) ରାଜ୍ୟରେ ବୁଲୁଛନ୍ତି ଏବଂ ମନ୍ତ୍ରୀଙ୍କ ପ୍ରତି ଧ୍ୟାନ ନ ଦେଇ ରାଜ୍ୟରେ ଏକ ଏକଛତ୍ରବାଦୀ ଶାସନ ଚାଲିଛି। ତେବେ ସେମାନଙ୍କର ଏକ୍ସପାଏରୀ ତାରିଖ ଜୁନ୍ ୪ ପାଇଁ ସ୍ଥିର କରାଯାଇଛି।

Share