Categories: ଜାତୀୟ

ଗାଜିପୁର ସୀମାରୁ ହଟିବାକୁ ରାଜି ନୁହନ୍ତି ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮।୧: ଉତ୍ତର ପ୍ରଦେଶ(ୟୁପି) ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗାଜିପୁର ସୀମାରୁ ହଟିବାକୁ ମନା କରି ଦେଇଛନ୍ତି ଆନ୍ଦୋଳନରତ କୃଷକ। ଭାରତୀୟ କିଷାନ ୟୁନିୟନ ପ୍ରବକ୍ତା ରାକେଶ ଟିକାଇଟ୍‌ କହିଛନ୍ତି, କୃଷକଙ୍କ ଆନ୍ଦୋଳନ ଜାରି ରହିବ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପୂର୍ବରୁ ଆନ୍ଦୋଳନସ୍ଥଳ ଖାଲି କରିବୁ ନାହିଁ। ଗାଜିଆବାଦ ପ୍ରଶାସନ ଆନ୍ଦୋଳନସ୍ଥଳରୁ ବିଦ୍ୟୁତ୍‌ ଓ ପାଣି ଯୋଗାଣ ବନ୍ଦ କରି ଦେଇଛନ୍ତି ବୋଲି ଟିକାଇଟ୍‌ କହିଛନ୍ତି।

ସୀମାରୁ କୃଷକଙ୍କୁ ତଡ଼ିବା ଲାଗି ୟୁପି ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଏହାପରେ କୃଷକଙ୍କୁ ଦିଲ୍ଲୀ-ଗାଜିଆବାଦ ସୀମାରୁ ହଟିବାକୁ କହିଥିଲା ଗାଜିଆବାଦ ଜିଲା ପ୍ରଶାସନ। ଗାଜିଆବାଦ ସୀମାରେ ଡିସେମ୍ବର ଆରମ୍ଭରୁ ଆନ୍ଦୋଳନ ଚାଲିଛି। ଗୁରୁବାର ରାତି ସୁଦ୍ଧା କୃଷକମାନେ ଆନ୍ଦୋଳନ ସ୍ଥଳ ନ ଛାଡ଼ିଲେ ବଳ ପୂର୍ବକ ସୀମା ଖାଲି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି।

Share