ହିଞ୍ଜିଳିକାଟୁ,୧୪।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମର କାଠ କାରିଗର ଓ ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ରାମମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ କାଠ ତିଆରି ପ୍ରତିକୃତି ଓ କାଠରେ ଖୋଦେଇ ହିନ୍ଦୀ ଭାଷାର ହନୁମାନ ଚାଳିଶା ପ୍ରଦାନ କରିଥିଲେ। ଶିଳ୍ପୀଙ୍କ କଳାକୃତିକୁ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଶଂସା କରିଥିଲେ। ଅନ୍ୟପକ୍ଷେ ମନ୍ଦିର ବୁଲି ଆସୁଥିବା ଭକ୍ତମାନେ ହନୁମାନ ଚାଳିଶା ସହଜରେ ପାଠ କଲା ଭଳି ଏକ ଶାଗୁଆନ ଓ ଗମ୍ଭାରୀ କାଠରେ ନିର୍ମିତ ହିନ୍ଦୀ ଭାଷୀ ହନୁମାନ ଚାଲିଶା ବୋର୍ଡକୁ ମନ୍ଦିର ଟ୍ରଷ୍ଟି ମେମ୍ବର ଡ. ଅନୀଲ ମିଶ୍ର ଓ ସିଏଚ ରାଓଙ୍କୁ ପ୍ରଦାନ କରିଥିଲେ। ଉକ୍ତ ବୋର୍ଡକୁ ମନ୍ଦିରରେ ଉପଯୁକ୍ତ ସ୍ଥାନରେ ଟାଙ୍ଗିବା ନିମନ୍ତେ ଟ୍ରଷ୍ଟି ମେମ୍ବରମାନେ କହିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟ ସରକାରଙ୍କ ବହୁ ପଦସ୍ଥ ଅଧିକାରୀଙ୍କ ସହ ଅରୁଣଙ୍କ ସାଙ୍ଗ ପୁନରଖଣ୍ଡି ଗ୍ରାମର ଟୁକୁନା ବେହେରା ଉପସ୍ଥିତ ଥିଲେ।