ପୁରୀ ଅଫିସ,୨।୨: ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ଲାଗି ଦଶପଲ୍ଲୀ ବନାଞ୍ଚଳରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ୩ଟି ଟ୍ରକ୍ରେ ୬୩ ଖଣ୍ଡ ଅଶନ ଓ ଧଉରା କାଠ ପହଞ୍ଚିଛି। ବିଧି ଅନୁସାରେ ସରସ୍ବତୀ ପୂଜାରେ ୩ଟି ଧଉରା କାଠରେ ପୂଜାର୍ଜନା ହେବ।