କେସିଙ୍ଗା,୨୨ା୪(ଡି.ଏନ୍.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲାଞ୍ଜିଗଡ଼ ରେଳ ଷ୍ଟେଶନରୁ ଦୈନନ୍ଦିନ ଜାଳେଣି କାଠ ବିଭିନ୍ନ ଟ୍ରେନ୍ ଯୋଗେ ଶୁକ୍ରବାର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଯାତ୍ରୀଙ୍କ ଗହଳି ସତ୍ତ୍ୱେ ଟ୍ରେନ୍ରେ କାଠ ମାଫିଆମାନେ କାଠ ଲଦି ନର୍ଲା,ରୁପ୍ରା ରୋଡ୍, କେସିଙ୍ଗା, ଟିଟିଲାଗଡ, ଆମ୍ବାଦଳାକୁ ଚାଲାଣ କରାଯାଉଛି। ଅନେକ ସମୟରେ ଟ୍ରେନର ଉଭୟ ପାର୍ଶ୍ୱରେ କାଠ ଭର୍ତ୍ତି କରୁଥିବାରୁ ଯାତ୍ରୀମାନେ ଚଢ଼ିବା ଓହ୍ଲାଇବା ସମୟରେ ଯାତ୍ରୀମାନେ ବହୁତ ହଇରାଣ ହରକତ ହେଉଛନ୍ତି। ଏନେଇ ବହୁବାର ରେଳବାଇ ପୋଲିସରେ ଅଭିଯୋଗ ହେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ।