ସାଧାରଣତଃ କାଠ ଜାହାଜ ପାଣିରେ ଭାସିଥାଏ। ମାତ୍ର ଯଦି ଏହା ଦୀର୍ଘଦିନ ଧରି ପାଣି ଭିତରେ ବୁଡ଼ି ରୁହେ ତେବେ ନିଶ୍ଚିତ କ୍ଷତି ହେବ ବୋଲି ସମସ୍ତେ ଆକଳନ କରିଥାନ୍ତି। କିନ୍ତୁ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛି ଏକ କାଠ ତିଆରି ଜାହାଜ। ୧୦୦ ବର୍ଷ ଧର କାଠ ତିଆରି ଜାହାଜଟି ପାଣିରେ ବୁଡ଼ି ରହିଥିଲା। ଏବେ ଜାହାଜଟି ମିଳିଛି। ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।
୧୦୦ ବର୍ଷ ପୂର୍ବେ ଆଣ୍ଟାର୍କଟିକାର ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା ଜାହାଜଟି ସୁରକ୍ଷିତ ଥିବା ଦେଖିବାକୁ ମିଳିଛି। ୧୦ ଦଶନ୍ଧି ପରେ ମଧ୍ୟ କାଠ ଜାହାଜରେ ଅଧିକ କ୍ଷତି ହୋଇନାହିଁ। ସମୁଦ୍ର ଗଭୀରରେ ପୋର୍ଟସମାଉଥ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଆନ୍ କୋଏଟ୍ସ କହିଛନ୍ତି ଯେ, ଜାହାଜ ସୁରକ୍ଷିତ ରହିବାର କାରଣ ଆଣ୍ଟାର୍କଟିକାରେ କାଠ ପୋକ ଦେଖିବାକୁ ମିଳୁନାହିଁ।