Categories: ବାଣିଜ୍ୟ

ଏଆଣ୍ଡ୍‌ଏସ୍‌ ପାୱାର ସହ ୱାର୍ଡ ୱିଜାର୍ଡର ସହଭାଗିତା

ଭୁବନେଶ୍ୱର,୨୨।୮: ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ଏବଂ ଏଆଣ୍ଡ୍‌ଏସ୍‌ ପାୱାରର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ପରବର୍ତ୍ତୀ ପିଢ଼ିର ଲାଇ-ଆୟନ ବ୍ୟାଟେରି ପ୍ରଯୁକ୍ତିରେ ଗବେଷଣା, ନବସୃଜନ ଓ ବିକାଶକୁ ଆଗକୁ ବଢ଼ାଇବା ଏବଂ ଗୁଜରାଟରେ ଭାରତର ପ୍ରଥମ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାରେ ଜୟ ଇ-ବାଇକ୍‌ ଯେଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତାହାକୁ ସୁନିଶ୍ଚିତ କରିବା।
ଏ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଯତୀନ୍‌ ଗୁପ୍ତେ କହିଛନ୍ତି, ଇଲେକ୍ଟ୍ରିକ୍‌ ଯାନ ଶିଳ୍ପରେ ନବସୃଜନକୁ ଆଗକୁ ବଢ଼ାଇବା ଏବଂ ପ୍ରଯୁକ୍ତିରେ ଉନ୍ନତି ଆଣିବା ପାଇଁ ଆମର ରହିଥିବା ଲକ୍ଷ୍ୟ ଦିଗରେ ଏଆଣ୍ଡଏସ୍‌ ପାୱାର ସହ ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ସହଯୋଗିତା ଆମକୁ ଗୁଜରାଟରେ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାର ନିକଟତର କରିଛି, ଯାହା ଦୀର୍ଘସ୍ଥାୟୀ ଗମନାଗମନ ସମାଧାନ ପ୍ରଦାନ କରିବ ଏବଂ ସବୁଜ ଭବିଷ୍ୟତକୁ ଆକାର ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଜୟ ଇ-ବାଇକ୍‌ ବ୍ରାଣ୍ଡ୍‌ ନାମରେ ଇଲେକ୍ଟ୍ରିକ୍‌ ଯାନ ଉପତ୍ାଦନ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ପକ୍ଷରୁ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାର ଲକ୍ଷ୍ୟକୁ ପୂରଣ କରିବା ଲାଗି ଅସଲି ଉପକରଣ ନିର୍ମାତା (ଓଇଏମ୍‌) ଏଆଣ୍ଡ୍‌ଏସ୍‌ ପାୱାର ସହିତ ଏକ ଦୀର୍ଘକାଳୀନ ଚୁକ୍ତି ସ୍ବାକ୍ଷର କରାଯାଇଛି। ଏପରି କି ଏହି ସହଯୋଗିତାକୁ ଜାରି ରହିଥିବା ଗବେଷଣା ଓ ବିକାଶ ସହିତ ସିଙ୍ଗାପୁରରେ ଥିବା ୱାର୍ଡୱିଜାର୍ଡର ଗବେଷଣା କେନ୍ଦ୍ର ପାଇଁ ଉପଲବ୍ଧ କରାଯିବ।

Share