ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୩ ଜୁନର ବିକ୍ରି ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍ରେ ୨,୫୨୯ ଲୋ-ସ୍ପିଡ୍ ଓ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରାଯାଇଛି। ଯେଉଁ ବିକ୍ରି ସଂଖ୍ୟା ଗତ ବର୍ଷ ଜୁନ୍ ମାସରେ ୨,୧୨୫ ୟୁନିଟ୍ ଥିଲା। ଫଳରେ ୨୦୨୨ ଜୁନ୍ ତୁଳନାରେ ୨୦୨୩ର ସମାନ ସମୟରେ ୧୯% ଅଭିବୃଦ୍ଧି ହାସଲ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ମାସିକ ଅଭିବୃଦ୍ଧି ଆଧାରରେ ଚଳିତ ବର୍ଷ ମେ’ତୁଳନାରେ କମ୍ପାନି ୪୭୫% ଅଭିବୃଦ୍ଧି ହାସଲ କରିଛି। ୨୦୨୩ ମେ’ରେ ବ୍ରାଣ୍ଡ୍ର ୫୩୨ ୟୁନିଟ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ସୂଚନାଯୋଗ୍ୟ ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ କମ୍ପାନୀ ଇଭି ଯାନ କାରବାର କରୁଛି। ଏ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ୟତିନ୍ ଗୁପ୍ତେ କହିଛନ୍ତି, ଜୁନ୍ ମାସ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପାଇଁ ଉତ୍ସାହ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି ଓ ଆମ ଡିଲର୍ଶିପ୍ରେ ଗ୍ରାହକଙ୍କ ପ୍ରବେଶ ଓ ଅନୁସନ୍ଧାନ ବୃଦ୍ଧି ପାଇଛି,ଏପରିକି ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଆମେ ଆଶା କରୁଛୁ ଯେ ଏହି ଧାରା ଜାରି ରହିବ। ଫଳରେ ବିକ୍ରି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ବିଶେଷ କରି ସେହି ଚାହିଦାରୁ ଲାଭ ଉଠାଇବା ଲାଗି ଆମେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ଭାରତର ୨ୟ ଓ ୩ୟ ଶ୍ରେଣୀ ସହରରେ ନୂଆ ଡିଲରଶିପ୍ ସ୍ଥାପନ କରିଛୁ। ସେହିଭଳି ଦୃଢ଼ ବିଶ୍ୱାସ ସହିତ ନିରନ୍ତର ଅଭିବୃଦ୍ଧି ପାଇଁ ଆମର ଲକ୍ଷ୍ୟ ରହିଛି, ଯାହା ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଆମ ସ୍ଥିତିକୁ ସୁଦୃଢ଼ କରିବ।

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ
ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ
ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍। ସିବିଆଇର ଏକ ଟିମ୍ ବଲାଙ୍ଗୀରରେ ପହଞ୍ଚି...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…
ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍: ସାମିଲ ହେଲେ ୧୨ ଦଳ
ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ
ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ
ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ରଶି ଲଗାଇ ଜୀବନ ହାରିଲେ ନାବାଳିକା: ଗର୍ଭବତୀ ଥିବା ସନ୍ଦେହ
ପଡିଆ,୨୪ା୪ (ଭାସ୍କର ରାଓ): ରଶି ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏମଭି ୭୯...

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ
ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...