Categories: ବାଣିଜ୍ୟ

ଜୁନ୍‌ରେ ୱାର୍ଡୱିଜାର୍ଡର ୧୯% ଅଭିବୃଦ୍ଧି

ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ୨୦୨୩ ଜୁନର ବିକ୍ରି ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍‌ରେ ୨,୫୨୯ ଲୋ-ସ୍ପିଡ୍‌ ଓ ହାଇସ୍ପିଡ୍‌ ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ବିକ୍ରି କରାଯାଇଛି। ଯେଉଁ ବିକ୍ରି ସଂଖ୍ୟା ଗତ ବର୍ଷ ଜୁନ୍‌ ମାସରେ ୨,୧୨୫ ୟୁନିଟ୍‌ ଥିଲା। ଫଳରେ ୨୦୨୨ ଜୁନ୍‌ ତୁଳନାରେ ୨୦୨୩ର ସମାନ ସମୟରେ ୧୯% ଅଭିବୃଦ୍ଧି ହାସଲ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ମାସିକ ଅଭିବୃଦ୍ଧି ଆଧାରରେ ଚଳିତ ବର୍ଷ ମେ’ତୁଳନାରେ କମ୍ପାନି ୪୭୫% ଅଭିବୃଦ୍ଧି ହାସଲ କରିଛି। ୨୦୨୩ ମେ’ରେ ବ୍ରାଣ୍ଡ୍‌ର ୫୩୨ ୟୁନିଟ ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ସୂଚନାଯୋଗ୍ୟ ଜୟ ଇ-ବାଇକ୍‌ ବ୍ରାଣ୍ଡ୍‌ ନାମରେ କମ୍ପାନୀ ଇଭି ଯାନ କାରବାର କରୁଛି। ଏ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ୟତିନ୍‌ ଗୁପ୍ତେ କହିଛନ୍ତି, ଜୁନ୍‌ ମାସ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ଯାନ ପାଇଁ ଉତ୍ସାହ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି ଓ ଆମ ଡିଲର୍‌ଶିପ୍‌ରେ ଗ୍ରାହକଙ୍କ ପ୍ରବେଶ ଓ ଅନୁସନ୍ଧାନ ବୃଦ୍ଧି ପାଇଛି,ଏପରିକି ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଆମେ ଆଶା କରୁଛୁ ଯେ ଏହି ଧାରା ଜାରି ରହିବ। ଫଳରେ ବିକ୍ରି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ବିଶେଷ କରି ସେହି ଚାହିଦାରୁ ଲାଭ ଉଠାଇବା ଲାଗି ଆମେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ଭାରତର ୨ୟ ଓ ୩ୟ ଶ୍ରେଣୀ ସହରରେ ନୂଆ ଡିଲରଶିପ୍‌ ସ୍ଥାପନ କରିଛୁ। ସେହିଭଳି ଦୃଢ଼ ବିଶ୍ୱାସ ସହିତ ନିରନ୍ତର ଅଭିବୃଦ୍ଧି ପାଇଁ ଆମର ଲକ୍ଷ୍ୟ ରହିଛି, ଯାହା ଇଲେକ୍ଟ୍ରିକ୍‌ ଗମନାଗମନ କ୍ଷେତ୍ରରେ ଆମ ସ୍ଥିତିକୁ ସୁଦୃଢ଼ କରିବ।

Share