ସମୟ ଗଡୁଛି, ସରୁନି କାମ

ସମ୍ବଲପୁର,୧୨ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଦୁର୍ଗାପାଲି ରେଲୱେ ଫାଟକ ଉପରେ ବ୍ରିଜ୍‌ ନିର୍ମାଣ କାମ ପ୍ରାୟ ୪ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ସମ୍ବଲପୁର ସହରକୁ ଆସିବାକୁ ରିଙ୍ଗ୍‌ରୋଡ ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଦେଇ ବୁର୍ଲା ମେଡିକାଲ ସହିତ ବୁର୍ଲାରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଯିବାଆସିବାରେ ସମସ୍ୟା ହେଉଛି। ପ୍ରତିିଦିନ ଶତାଧିକ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଏହାଛଡା ସମ୍ବଲପୁରର ଅନେକ ଲୋକ ବୁର୍ଲା ଓ ହୀରାକୁଦ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ତେବେ ଦୁର୍ଗାପାଲିରେ ରେଲଓ୍ବେ କ୍ରସିଂ ହେତୁ ଯାତ୍ରୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରେନ୍‌ ଯିବାଆସିବା ଯୋଗୁ ରେଳ ଫାଟକ ବନ୍ଦ ହୋଇଯାଏ। ପ୍ରତ୍ୟେକ ଥର ଟ୍ରେନ୍‌ ଗଲାବେଳେ ଗେଟ୍‌ ପ୍ରାୟ ୧୫ ମିନିଟ୍‌ ବନ୍ଦ ହୋଇଥାଏ ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଦୁର୍ଗାପାଲିରେ ଥିବା ଲେଭଲ୍‌ କ୍ରସିଂ ଉପରେ ବ୍ରଜ୍‌ କାର୍ଯ୍ୟକ୍ଷମ ହେବା ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। ଦୁର୍ଗାପାଲି ରାସ୍ତା ସହରର ଲକ୍ଷ୍ମୀଡୁଙ୍ଗୁରି ଛକରେ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହି ବ୍ରିଜ ନିର୍ମାଣ ହୋଇଗଲେ ସହର ପ୍ରବେଶପଥରେ ଟ୍ରାଫିକ ସମସ୍ୟା ଦୂର ହୋଇଯିବ। ସୂଚନାଯୋଗ୍ୟ, ଦୁର୍ଗାପାଲି ବ୍ରିଜର ଲମ୍ବ ୯୪୭ ମିଟର ରହିଛି। ଏହି ପ୍ରକଳ୍ପ ଉଭୟ ରେଳବାଇ ଓ ପିଡବ୍ଲ୍ୟୁଡି ଦ୍ୱାରା କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇ ୨ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରେଳବାଇ ଜମିରେ ରେଳ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ରେଳବାଇ ଏହାର ଅଂଶ ପ୍ରାୟ ଶେଷ କରିସାରିଛି। ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ କାର୍ଯ୍ୟ ଜୋରସୋରରେ ଚାଲିଛି। ଚଳିତ ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କର୍ମୀଙ୍କ ଦାବିକୁ ଅଣଦେଖା, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନର ଦାବି ସମୂହ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଙ୍ଗନୱାଡି...

ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼, ୧୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ...

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭...

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ...

ଖବର ପ୍ରକାଶ ପରେ ମରାମତି ହେଲା ପ୍ରକଳ୍ପ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡାରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ଲେଙ୍ଗୁମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୌର ପରିଷଦର ନୋଟିସ୍ -ଏଥର ଉଚ୍ଛେଦ ହେବ ତ !

ବରଗଡ, ୧୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ମସିହାରୁ ଦାବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image