ଦିନେ ପେଟ୍ରୋଲ ପମ୍ପରେ କାମ କରି ଦିନକୁ ୧୦୦ ଟଙ୍କା କରୁଥିଲେ ରୋଜଗାର, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ବଲିଉଡ୍‌ ଅଭିନେତ୍ରୀ ମୁଗ୍ଧା ଗଡ୍‌ସେ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୨୬,୧୯୮୬ରେ ପୁଣେରେ ଜନ୍ମ ହୋଇଥିବା ମୁଗ୍ଧା ଅନେକ ସଂଘର୍ଷର ସାମ୍ନା କରି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଦିନ ଥିଲା ସେ ପେଟ୍ରୋଲ ପମ୍ପରେ କାମ କରି ଦିନକୁ ମାତ୍ର ୧୦୦ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି।
ପ୍ରଥମେ ସେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ଏହା ପରେ ସେ ଏକ ଜିମରେ କାମ କରିବା ଆରମ୍ଭ କରିଥିଲେ। ଏହାସହ ଅନେକ ସ୍ଥାନୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ। ୨୦୦୨ରେ ସେ ’ଗ୍ଲାଡରେଗ୍‌ସ ମେଗା ମଡେଲ ହଣ୍ଟ’ ଜିତିଥିଲେ। ଏହା ତାଙ୍କ ଜୀବନରେ ଏକ ନୂଆ ମୋଡ଼ ନେଇଥିଲା। ଏହା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୦୪ରେ ମୁଗ୍ଧା ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ସେମିଫାଇନାଲିଷ୍ଟ ହୋଇଥିଲେ।
୨୦୦୮ରେ ମୁଗ୍ଧା ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଫ୍ୟାଶନ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ‘ଅଲ ଦ ବେଷ୍ଟ’, ‘ଜେଲ’, ‘ହେଲ୍ପ’, ‘ହିରୋଇନ’ ଭଳି ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା।

Share