Categories: ଜାତୀୟ

ଗର୍ଭବତୀ ମହିଳା, ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା

ଲକ୍ଷ୍ନୌ,୨୬।୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା ମିଳିବ। ପୂର୍ବରୁ ସରକାର ଅଫିସଗୁଡ଼ିକରେ ଭିଡ କମ୍‌ କରିବାକୁ ୫୦% କର୍ମଚାରୀରେ କାମ କରିବାକୁ ଏବଂ ସମାନ ସଂଖ୍ୟକ କର୍ମଚାରୀ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସରକାର ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ କର୍ମଚାରୀ ଘରେ ରହି କାମ କରିବେ ବୋଲି ନୂଆ ଆଦେଶ ଦେଇଛନ୍ତି। ତେବେ ସେମାନେ ମୋବାଇଲ ଏବଂ ଇଲେକ୍ଟ୍ରୋନିକ ମାଧ୍ୟମ ଯୋଗେ କାର୍ଯ୍ୟାଳୟ ସହ ଯୋଗାଯୋଗରେ ରହିବାର ବ୍ୟବସ୍ଥା କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Share