କାର୍ଯ୍ୟ ଆରମ୍ଭ କଲା ଆଫଗାନ୍‌ ମିଡିଆ

କାବୁଲ,୩।୧୦: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ୪୫ ଦିନ ପରେ ଗଣମାଧ୍ୟମ ସଂଗଠନ ଆଫଗାନ୍‌ ଜର୍ନାଲିଷ୍ଟସ୍‌ ସେଫ୍ଟି କମିଟି (ଏଜେଏସ୍‌ସି) କାର୍ଯ୍ୟରେ ଯୋଗ ଦେଇଛି। ଦେଶରେ ରାଜନୈତିକ ପରିବର୍ତ୍ତନ ପରେ ଏଜେଏସ୍‌ସି ଏହାର ଅଧିକାଂଶ କାର୍ଯ୍ୟ ବନ୍ଦ କରିଦେଇଥିଲା। ଏବେ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହୋଇଛି। ଖବରଦାତା ଓ ଗଣମାଧ୍ୟମ କର୍ମଚାରୀ ଆମକୁ ଯୋଗଯୋଗ କରିପାରିବେ ବୋଲି ସଂଗଠନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ହେରାତ୍‌ ପ୍ରଦେଶରେ ବନ୍ଦୀ ଥିବା ଫଟୋ ସାମ୍ବାଦିକ ମୁର୍ତାଜା ସମଦିଙ୍କୁ ମୁକ୍ତ କରାଯାଇଥିବାରୁ ଏଜେଏସ୍‌ସି ଏହାକୁ ସ୍ବାଗତ କରିଛି। ସେପ୍ଟେମ୍ବରରେ ତାଙ୍କୁ ଗିରଫ କରାଯାଇଥିଲା।

Share