ମଧୁବାଲାଙ୍କ ବାୟୋପିକ

ମୁମ୍ବାଇ: ବଲିଉଡ ଦୁନିଆର ନାଁ କରା ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ତାଙ୍କର ଏକ ବାୟୋପିକ । ଏହାକୁ ନେଇ ତାଙ୍କର ସବୁଠାରୁ ସାନ ଭଉଣୀ ମଧୁର ବୃଜ ଭୂଷଣଙ୍କ ସମର୍ଥନ ମିଳିଛି । ଏହି ବାୟୋପିକକୁ ନେଇ ମଧୁର କହିଛନ୍ତି, ମୋ ପ୍ରିୟ ଭଉଣୀ ପାଇଁ କିଛି କରିବାକୁ ମୋର ସ୍ୱପ୍ନ ଥିଲା । ତାଙ୍କର ଏକ ଛୋଟ ଓ କ୍ଷଣ ଭଙ୍ଗୁର ଜୀବନ ଥିଲା । ଏହି ସ୍ୱପ୍ନକୁ ସତ କରିବାକୁ ମୁଁ ଓ ମୋର ସମସ୍ତ ଭଉଣୀ ଏକଜୁଟ ହୋଇଛୁ ବୋଲି ମଧ୍ୟ କହିଛନ୍ତି ।
ଈଶ୍ୱରଙ୍କ ଆଶୀର୍ବାଦ ଓ ମୋର ସହଯୋଗୀ, ଅରବିନ୍ଦଜି, ପ୍ରଶାନ୍ତ ଓ ବିନୟଙ୍କ ସମର୍ପଣ ସହ ଏହି ବାୟୋପିକ ଏକ ସଫଳ ବାୟୋପିକ ହେବ ବୋଲି ସେ ଆଶା ରଖିଥିବା ପ୍ରକାଶ କରିଛନ୍ତି । ଏହାସହ ସେ ସମସ୍ତଙ୍କ ଆଶୀର୍ବାଦ ଲୋଡିଛନ୍ତି । ମଧୁର ଆହୁରି ମଧ୍ୟ କହିଛନ୍ତି ଫିଲ୍ମ ଉାଦ୍ଦ୍ୟାଗ ଭିତରେ ଓ ବାହାରେ ମୋର ସମସ୍ତଙ୍କୁ ଅନୁରୋଧ ମୋର ବିନା ଅନୁମତିରେ କୌଣସି କଥା କରାଯିବ ନାହିଁ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବାୟୋପିକର ନିର୍ମାଣ ମଧୁବାଲା ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡର ସହଯୋଗରେ ଶୀର୍ଷ ଷ୍ଟୁଡିଓ/ପ୍ରଡକସନ ହାଉସ ଦ୍ୱାରା କରାଯାଉଛି ।
୧୯୬୯ରେ ମଧୁବାଲାଙ୍କର ମାତ୍ର ୩୬ ବର୍ଷ ବୟସରେ ପରଲୋକ ହୋଇଥିଲା । ୫୦ଦଶକରେ ସେ ବଲିଉଡର ଜଣେ ଆଗଧାଡିର ନୟିକା ଥିଲେ । ଏହାସହ ସେ ହଲିଉଡରେ ବି ସ୍ଥାନ ପାଇଥିଲେ ।

Share