ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ ଗ୍ରାମ। ଏହି ଗ୍ରାମରେ ୮୦ ଭାଗ ଲୋକ ବ୍ୟବସାୟ ସହିତ ସଂଶ୍ଳିଷ୍ଟ। ସମସ୍ତ ବ୍ୟବସାୟ ବେସରକାରୀ ଜମା ସଂସ୍ଥାରେ ସଞ୍ଚୟ କରି ହତାସ ହେବା ପରେ ଏବେ ଭୁବନ ଉପଡାକଘର ଉପରେ ନିର୍ଭର କରୁଛନ୍ତି।

ଦୈନଦିନ ହଜାର ହଜାର ଜମାକାରୀ ଡାକଘରେ ବିଭିନ୍ନ ଯୋଜନାରେ ସଞ୍ଚୟ ଓ ଉଠାଣ ସହିତ ଚିଠିପତ୍ର ପଠାଇବା ପାଇଁ ଭିଡ଼ ଜମାଇଥାନ୍ତି। ଡାକଘରେ କାର୍ଯ୍ୟ ବଢୁଥିବାବେଳେ କର୍ମଚାରୀ କମିବାରେ ଲାଗିଛି। ଏପରିକି ଜଣେ କର୍ମଚାରୀ ୩ଟି କମ୍ପ୍ୟୁଟରରେ ଡାଟା ବ୍ୟବହାର କରିବା ବହୁ କଷ୍ଟକର ହୋଇପଡୁଛି। ଦଶହରା ପର୍ବ ପାଇଁ ଭୁବନ ସହରରେ ବିଦ୍ୟୁତ ବିଭାଗ ମରାମତି କାର୍ଯ ପାଇଁ ବିଦ୍ୟୁତ କାଟ କରୁଛନ୍ତି। ସେହି ସମୟରେ ଦିନ ସାରା ବିଦ୍ୟୁତ କାଟ ପରେ ଡାକଘର କାର୍ଯ ଠପ୍‌ ହୋଇଯାଉଛି। ଏପରିକି କମ୍ପୁଟର ବିଦ୍ୟୁତ କାଟିବା ପରେ ଥିବା ୟୁପିଏସ ଅଚଳ ସହିତ ଲକ୍ଷାଧିକ ଟଙ୍କାର ଡିଜି ମେସିନ ଅଚଳ ହୋଇ ଖତ ଖାଉଛି।

ଭୁବନରେ ବିଶ୍ୱପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ପାଇଁ ବ୍ୟବସାୟୀମାନେ ଟଙ୍କା ଉଠାଣରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ଭଳି ଅନେକ ସମସ୍ୟା ଉପରେ ବାରମାର ଅଞ୍ଚଳର ବୁଦ୍ଧିଜୀବି ଏବଂ ସଞ୍ଚୟକାରୀମାନେ ଜିଲା ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ଭୁବନ ଡାକସେବା କାର୍ଯ୍ୟାଳୟର ମୁଖ୍ୟ କର୍ମଚାରୀ ଚିଠି କରୁଥିଲେ ମଧ୍ୟ ିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱ ନାହିଁ।

ଏହି ସମସ୍ୟାକୁ ନେଇ ବରିଷ୍ଟ ଆଇନଜୀବି ସନାତନ ଗୁରୁ, ବୁଦ୍ଧିଜୀବୀ, ଜମାକାରୀ ଓ ଖରଦାତାମାନେ ଫୋନ ଯୋଗେ ଅଭିଯୋଗ କରିଛନ୍ତି । ଏହିଭଳି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଡାକ ସେବା ବନ୍ଦ କାରଣରୁ ଅନେକ ଛାତ୍ରୀଛାତ୍ରମାନେ ନିଯୁକ୍ତି ପାଇଁ ଆବେଦନ କରିବା କଷ୍ଟକର ହେଇପଡୁଛି। ଯଥାଶୀଘ୍ର ଆବଶ୍ୟକ କର୍ମଚାରୀ ଯୋଗାଇଦେବା ସହିତ ଅଚଳ ୟୁପିଏସକୁ ସଜଡ଼ା ସାଙ୍ଗକୁ ଡିଜି ମେଶିନର ବ୍ୟବହାର କରି ଜମାକାରୀ ସମସ୍ୟା ସୁଧାର କରିବା ସହିତ ସମସ୍ତ ଅଭିଯୋଗକୁ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ଅଞ୍ଚଳାବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share