Categories: ଫୁରସତ

ବର୍ଷକୁ ୨ଥର କାମ କଲେ ମାସକୁ ୧କୋଟି ଦରମା, କିନ୍ତୁ ଏହି ଚାକିରି କରିବାକୁ କେହି ଚାହାନ୍ତି ନାହିଁ…

ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ଚାକିରି ଶୁଣିଥିବେ। କେତେକ ଚାକିରି ଏପରି ଥାଏ କି, ଯାହାକି ବିପୁଳ ଲାଭ ଦେଇଥାଏ। ଏବଂ କିଛି ଏପରି ଯେ ଯେତେ ପରିଶ୍ରମ କଲେ ମଧ୍ୟ ଇନକ୍ରିମକେଣ୍ଟ ହୁଏ ନାହିଁ। ତେବେ ଏହି କାରଣରୁ ଲୋକମାନେ ଅଧିକ ଟଙ୍କା ରୋଜଗାର ଅନେକ କାମ ଧରିଥା’ନ୍ତି କିମ୍ବା ସରକାରୀ ଚାକିରି ପଛରେ ଗୋଡାଇଥା’ନ୍ତି। ତେବେ ଏପରି ଏକ ଚାକିରି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମାସକୁ ୧କୋଟି ଟଙ୍କା ଦରମା ମିଳିଥାଏ। କିନ୍ତୁ କେହି ଏହି ଚାକିରି କରିବାକୁ ପସନ୍ଦ କରନ୍ତି ନାହିଁ।

ଏହି ଚାକିରିରେ ଆପଣଙ୍କୁ ୬ମାସରେ ଥରେ କାମ କରିବାକୁ ପଡିବ। ସେହି ଥରେ କାମ କରିବା ପାଇଁ ଆପଣଙ୍କୁ ୧କୋଟି ଟଙ୍କା ଦରମା ମିଳିବ। ଏଠାରେ କହି ରଖୁଛୁ, ଏହି କାମ ଏକ ସାଧାରଣ କାମ ନୁହେଁ ବରଂ ଏହା ହେଉଛି ଟାୱାର ଲ୍ୟାଣ୍ଟର ଚେଞ୍ଜର। ଏଥିରେ ଆପଣଙ୍କୁ ୬୦୦ମି.ରୁ ଅଧିକ ଉଚ୍ଚତା ବିଶିଷ୍ଟ ଏକ ସିଗନାଲ ଟାୱାର ଉପରକୁ ଚଢିବାକୁ ପଡିବ। ଏବଂ ଉପରେ ଲାଗିଥିବା ଏକ ବଲ୍‌ବକୁ ପରିବର୍ତ୍ତନ କରିବାକୁ ପଡିବ। ଯଦି ଆପଣ ତଥାପି ଅନୁଭବ କରୁଛନ୍ତି ଯେ, ଏହି କାମଟି ସହଜ। ତେବେ ଆପଣଙ୍କୁ କହି ରଖୁଛୁ କି, ଏହି ଟାୱାରଗୁଡିକ ସାଧାରଣ ଟାୱାରଠାରୁ ସାମାନ୍ୟ ଭିନ୍ନ। ଉଚ୍ଚାକୁ ଯିବା ସମୟରେ ଏହାର ଉପର ଅଂଶ ମଧ୍ୟ ପତଳା ହୋଇଯାଏ। ସୁରକ୍ଷା ପାଇଁ କେବଳ ଗୋଟିଏ ଦଉଡି ବ୍ୟବହୃତ କରାଯାଏ। ଏଥିପାଇଁ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧,୦୩,୫୩,୪୭୬,୪୬ଟଙ୍କା ଦିଆଯାଉଛି।

ଚାକିରିକୁ ନେଇ କ୍ରାଏଟେରିଆ ଦିଆଯାଇଛି। ଯଦି ଆପଣ ଏହି ଚାକିରି ପାଇଁ ଆବେଦନ କରିବାକୁ ଚାହାଁନ୍ତି ତେବେ ଆପଣଙ୍କର ଉଚ୍ଚତା ଫୋବିୟା ରହିବା ଉଚିତ୍‌ ନୁହେଁ। ଶାରୀରିକ ଭାବରେ ଫିଟ ରହିବାକୁ ପଡିବ କାରଣ ଟାୱାର ଉପରକୁ ଚଢିବାକୁ ୩ଘଣ୍ଟା ସମୟ ଲାଗିଥାଏ। ଟାଓ୍ବାର ଉଚ୍ଚାରେ ପହଞ୍ଚିବା ବେଳେ ପବନ ଘଣ୍ଟା ପ୍ରତି ୧୦୦କିଲୋମିଟର ବେଗରେ ପ୍ରବାହିତ ହେଉଥିବ। ଯାହା ବିପଦଜନକ ଅଟେ। ଏଥିରେ ଅଭିଜ୍ଞତା ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଅଭିଜ୍ଞତା ଅନୁଯାୟୀ ଦରମା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏସବୁ ପରେ ମଧ୍ୟ ଲୋକମାନେ ଭୟଭୀତ ହୋଇ ଏହି ଚାକିରି ପାଇଁ ଆବେଦନ କରୁନାହାନ୍ତି।

Share