ତେଲଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ମୃତ

ଖପ୍ରାଖୋଲ, ୨୧ା୩(ଅଭୟ ତ୍ରିପାଠୀ): ତେଲଙ୍ଗାନା ରାଜ୍ୟ ପଇଦାପଲ୍ଲୀରେ ଏକ ଇଟାଭାଟିରେ ଦାଦନ ଶ୍ରମିକଭାବେ କାମ କରୁଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁର ବୈଶାଖୁ ବରିହା (୪୫)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକାମାନଙ୍କଠାରୁ ଖବର ମିଳିଥିବା ମୃତକଙ୍କ ଭାଇ ସୁଶିଲ ବରିହା କହିଛନ୍ତି। ସମ୍ପର୍କୀୟଙ୍କ ସହ ସେ ଦୁଇମାସ ତଳେ ସେ ସେଠାକୁ କାମ କରିବାକୁ ଯାଇଥିଲେ। ମୃତ୍ୟୁ ଖବର ପାଇ ନାନ୍ଦୁପଲାରେ ଥିବା ବୈଶାଖୁଙ୍କ ସ୍ତ୍ରୀ ଓ ଦୁଇପିଲା ଭାଙ୍ଗି ହୋଇଯାଇଛନ୍ତି। ମୃତଦେହ ଏଠାକୁ ଫେରିଲା ପରେ କିଭଳି ମୃତ୍ୟୁ ଘଟିଲା ଜଣାପଡ଼ିବ ବୋଲି ପରିବାର ଲୋକେ କହିଛନ୍ତି।