ପୁଣି ତେଜିଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଗ୍ରାମାଞ୍ଚଳର ତୃଣମୂଳସ୍ତରରେ ଲୋକଙ୍କ ସାମାଜିକ ଏବଂ ଆର୍ଥିକସ୍ତରରେ ଉନ୍ନତି ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତଥା କାର୍ଯ୍ୟକ୍ରମକୁ ସ୍ବଚ୍ଛତା ସହ ସୂଚାରୁରୂପେ କାର୍ଯ୍ୟ କରୁଛନ୍ତି। ହେଲେ କର୍ମଚାରୀମାନେ ସ୍ବଳ୍ପ ଦରମା ପାଇ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ଦାବି ପୂରଣ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଉଥିବା ବେଳେ ଦାବି ପୂରଣ ହେଉ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

ଏପରିକି ସମିତିର କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ଚାଳଟୁଳ ନୀତି ଅବଲମ୍ବନ କରାଯାଉଛି। ପୂର୍ବରୁ କର୍ମଚାରୀମାନେ ଆନ୍ଦୋଳନରେ ବସି ଥିଲେ l ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇ ନ ଥିବାରୁ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆନ୍ଦୋଳନରେ କର୍ମଚାରୀ ସଂଘର ସଭାପତି ଶିବରାମ ମହାଙ୍କୁଡ, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସ୍ବାଇଁ, ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ କାହ୍ନୁଚରଣ ସ୍ବାଇଁ, କୋଷାଧ୍ୟକ୍ଷ ଏ. ସତ୍ୟନାରାୟଣ ରେଡ୍ଡୀ, ଅରୁଣ ବେହେରା, କୃଷ୍ଣଚନ୍ଦ୍ର ଗୌଡ, ସୁଧାଂଶୁ ବିଷୋୟୀ, ସୋମନାଥ ମଲ୍ଲିକ, ରଞ୍ଜନ କୁମାର ବିଷୋୟୀ, ପ୍ରକାଶ ବାରିକ, ସୀମାଞ୍ଚଳ ସାହୁ, ପ୍ରଭାକର ମହାରଣା ପ୍ରମୁଖଙ୍କ ସହ ସଂଘର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆ ବୁଲିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୧୮।୪: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାରଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ...

Houthi ବିଦ୍ରୋହୀଙ୍କ ଉପରେ ପୁଣି ଆମେରିକା ସେନାର ଆକ୍ରମଣ, ବୋମା ମାଡରେ ୩୮ ମୃତ, ୧୦୨ ଆହତ

ଦୁବଇ,୧୮।୪: ୟେମେନର Houthi ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଆମେରିକା ରାସ ଇସା ତୈଳ ବନ୍ଦର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି...

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି...

ପାକିସ୍ତାନକୁ ନାଲି ଆଖି ଦେଖାଇଲା ବାଂଲାଦେଶ! କହିଲା କ୍ଷମା ମାଗୁ ପାକିସ୍ତାନ, ଜାଣନ୍ତୁ Yunusଙ୍କ ପ୍ଲାନ

ଢାକା,୧୮।୪: ୧୯୭୧ ମସିହାର ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଦ୍ୱାରା ବଙ୍ଗାଳୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ବାଂଲାଦେଶ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ କ୍ଷମା...

୧୦ଲକ୍ଷ ମହିଳାଙ୍କୁ ବଳାତ୍କାର, ୩୦ ଲକ୍ଷ ଲୋକଙ୍କୁ ହତ୍ୟା, Pakistan ସେନାର ଏମିତି କାଣ୍ଡ, ଯାହାକୁ ଆଜିବି ଭୁଲି ନାହିଁ ବାଂଲାଦେଶ

ଢାକା,୧୮।୪: ମହମ୍ମଦ ୟୁନୁସଙ୍କ ଶାସନରେ, ଭାରତ ସହିତ ବାଂଲାଦେଶର ସମ୍ପର୍କ ହ୍ରାସ ପାଇବାରେ ଲାଗିଛି। ଚାଲାକ ପାକିସ୍ତାନ ଏହାର ସଂପୂର୍ଣ୍ଣ ଫାଇଦା ନେବାକୁ ଚାହୁଁଛି। ସେଥିପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image