ଫଡ଼ିଘର ମରାମତିରେ ଅନିୟମିତତା, ଶ୍ରମିକଙ୍କୁ ମିଳୁନି ଡିଏସ୍‌ ଟଙ୍କା

ଲୋଇସିଂହା,୨୩ା୬(ସୁଶାନ୍ତ ବାରିକ): କେନ୍ଦୁପତ୍ର ସଂଗ୍ରହ କରିବା ଇତିମଧ୍ୟରେ ଦେଢ଼ମାସ ବିତି ଗଲାଣି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା କେନ୍ଦୁପତ୍ର ରେଞ୍ଜ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କୁ ପାଉଣା ମିଳିପାରିନାହିଁ। ପାଉଣା ପାଇଁ ଶ୍ରମିକମାନେ ରେଞ୍ଜ ଅଫିସକୁ ବାରମ୍ବାର ଦଉଡ଼ି ନୟାନ୍ତ ହେଉଥିଲେ ସୁଦ୍ଧା ସୁଫଳ ମିଳିପାରିନାହିଁ। ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ରେଞ୍ଜ ଅଧୀନରେ ପ୍ରାୟ ୪୪ ଫଡ଼ି ଘର ରହିଛି। ଫଡିଘର ଅଧୀନରେ ଥିବା ଶତାଧିକ ଶ୍ରମିକ ଫଡିଘରରେ ବିଭିନ୍ନ କାମରେ ନିୟୋଜିତ ହୋଇଥିଲେ। ଏପ୍ରିଲ ୨୫ରୁ ଜୁନ୍‌ ୧ ଯାଏ ସେମାନେ କାମ କରିଥିଲେ। ହେଲେ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ଶ୍ରମିକଙ୍କ ପାଉଣା ପୈଠ ହୋଇନାହିଁ। ଶ୍ରମିକମାନେ ପାଉଣା ଦାବି ନେଇ ରେଞ୍ଜ ଅଫିସକୁ ଗଲେ ରେଞ୍ଜ ଅଧିକାରୀଙ୍କ ଦେଖାମିଳୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଟାଣଖରାରେ କାମ କରି ଏବେ ପାଉଣା ଲାଗି ହଟହଟା ହେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଗତବର୍ଷର ପତ୍ର ବନ୍ଧାଇ ପଉଣା ଶ୍ରମିକଙ୍କୁ ଅଧା ଦିଆଯାଇଥିବା ବେଳେ ଅବଶିଷ୍ଟ ଟଙ୍କା କୁଆଡ଼େ ଆମତ୍ସାତ କରାଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ଚଳିତ ବର୍ଷ ଫଡିଘର ମରାମତିରେ ଅନିୟମିତା କରାଯାଇଛି। ସିଆଲବାହାଲି,ଡ଼ଟିକା,ଝରଣୀପାଲି,କୁଦେପାଲି,ସହାଜଚାପର,ଆନେଡୁଙ୍ଗରୀ,କେନ୍ଦମୁଣ୍ଡି,ଖଲିଆପାଲି,ଧଉଁରାଦାଦର,ଡୁଡୁକା,ମିର୍ଦ୍ଦପଡ଼ା ଆଦି ଫଡ଼ିଘର ଆବଶ୍ୟକ ଅନୁଯାୟୀ ନଡ଼ା ଛାଉଣି ନ କରି ପଲିଥିନ ଢାଙ୍କି ଅନିୟମିତା କରାଯାଇଛି।
ସେହିପରି କୁଶମେଲ ସେକ୍ସନ ମଧ୍ୟ ଫଡ଼ିଘର ମରାମତି ଟଙ୍କା ଏବଂ କେନ୍ଦୁପତ୍ର ରଚାଇବୁହାଇ, ପଣିଝରାଇ ଓ ମଚାନ କାମ ଟଙ୍କା ଶ୍ରମିକଙ୍କୁ ମିଳି ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଲୋଇସିଂହା ରେଞ୍ଜ ଅଧିକାରୀ ଶେଷ ଦେବ ମେହେର କହିଛନ୍ତି, ସରକାର ପରିବର୍ତ୍ତନ ପରେ ଟଙ୍କା ରିଲିଜ ହୋଇନହିଁ। ଟଙ୍କା ନ ଥିଲେ କେମିତି ଭାବେ ଶ୍ରମିକଙ୍କୁ ପାଉଣା ଦେବୁ। ପଡ଼ୋଶୀ ରେଞ୍ଜରେ ଶ୍ରମିକଙ୍କ ପାଉଣା ହୋଇ ସାରିଥିବା କହିବାରୁ କଥାକୁ ଏଡ଼ାଇ ଯାଇଥିଲେ। ଫଡ଼ି ମରାମତି ଅନିୟମିତତାକୁ ଏହା ସାଧାରଣ କାମ। ଆବଶ୍ୟକ ଅନୁଯାୟୀ କରାଯାଇଛି। ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।