ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଶ୍ରମିକଙ୍କ ବିକ୍ଷୋଭ

କେନ୍ଦୁଝର,୧୭ା୮(ସ୍ବ.ପ୍ର.): ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ରୋଇଡା (ସି)ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ କେନ୍ଦୁଝର ମାଇନିଂ ଓ୍ବାର୍କର୍ସ ୟୁନିଅନ (ସିଟୁ) ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଏମ୍‌ସିକୁ ମିଳିଥିବା ଏହି ଖଣିରୁ ୧୫୦ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି। ବହୁସଂଖ୍ୟାରେ ଶ୍ରମିକ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ଉପସ୍ଥାପନ କରିଥିଲେ। ଦୀର୍ଘ ଦଶନ୍ଧି ଧରି କାମ କରି ଆସୁଥିବା ଏହି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବାକୁ ସଂଗଠନର ସାଧାରଣ ସମ୍ପାଦକ ଇନ୍ଦ୍ରମଣି ବେହେରା ଦାବି କରିଛନ୍ତି।

Share