୬ ଦିନ ହେଲା ଧାରଣାରେ ବସିଛନ୍ତି ଗୋପାଳପୁର ପୋର୍ଟ ଶ୍ରମିକ

ଛତ୍ରପୁର,୧୦।୮(ଡି.ଏନ.ଏ)- ଗୋପାଳପୁର ପୋର୍ଟ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୂର୍ବରୁ ୱାଗନ ଲୋଡିଂ ଶ୍ରମିକମାନେ ନର୍ଥ ସାଇଡ୍‌ ଲୋଡିଂ ପଏଣ୍ଟରେ କାମ କରି ଆସୁଥିଲେ। ପରେ ପୋର୍ଟ ସାଉଥ୍‌ ସାଇଡ ନିଜର ଏକ ସ୍ବତନ୍ତ୍ର ନୂତନ ଲୋଡିଂ ପଏଣ୍ଟ ଆରମ୍ଭ କରିଥିଲା। ଏହାପରେ ସେଠାରେ ମାଲ ବୋଝେଇ ଟ୍ରେନ ଲାଗିବା ଆରମ୍ଭ ହୋଇଥିଲା ଏବଂ ଉକ୍ତ ସ୍ଥାନରେ ୱାଗନ ଲୋଡିଂ ଶ୍ରମିକମାନଙ୍କୁ କାମ କରିବାକୁ ବାରଣ କରାଗଲା। କିନ୍ତୁ ଶ୍ରମିକମାନେ ସାଉଥ ସାଇଡ ଲୋଡିଂ ପଏଣ୍ଟରେ କାମ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ସାଉଥ ସାଇଡ ଲୋଡିଂ ପଏଣ୍ଟରେ କାମ କରିବା ପାଇଁ ୩ ଶ୍ରମିକ ସଂଗଠନର ଶ୍ରମିକମାନେ ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ୬ ଦିନ ହେଲା ଧାରଣାରେ ବସିଛନ୍ତି। ଗୋପାଳପୁର ଡକ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ଜି. ଦାଲେୟା, ଉପସଭାପତି ଜି. ଜଗନ୍ନାଥ, ଯୁଗ୍ମ ସମ୍ପାଦକ ଏସ. କ୍ରିଷ୍ଣା, ମଜଦୁର ୟୁନିୟନର ସଭାପତି କେ. ଏଲେୟା, ସମ୍ପାଦକ ପି. ରାମବାବୁ, କର୍ମଚାରୀ ୟୁନିୟନର ସଭାପତି ଦାନିଏଲ ଦାସ, ସମ୍ପାଦକ ଏ. ଭେଙ୍କଟ, କୋଷାଧ୍ୟକ୍ଷ ଏମ. କାନକା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।

ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ସାପୁରଜି ପାଲୁନଜି ଗୋପାଳପୁର ବନ୍ଦରକୁ ନେବା ପରଠୁ ଏହା ବିକାଶ ପଥରେ ଅଗ୍ରସର। ସମସ୍ତ ଶ୍ରମିକଙ୍କୁ ଦୈନିକ କାମ ଓ ନିୟମିତ ବେତନ ପ୍ରଦାନ କରାଯାଉଛି l ରାଜ୍ୟ ଏବଂ କେନ୍ଦ୍ରର ଅର୍ଥନୀତିକୁ ମଧ୍ୟ ଗୋପାଳପୁର ବନ୍ଦର ସୁଦୃଢ଼ କରିପାରୁଛି। ତେବେ କିଛି ନ୍ୟସ୍ତ ସ୍ବାର୍ଥ ସ୍ଥାନୀୟ ଲୋକଙ୍କ ଯୋଗୁ ବାରମ୍ବାର ବନ୍ଦରରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି l ଗୋପାଳପୁର ବନ୍ଦରରେ ୨୦୨୧ ବନ୍ଦର ପକ୍ଷରୁ ପୁରୁଣା ରେଳୟାର୍ଡ଼ରେ ୯୬୦ କର୍ମଚାରୀ ନିଯୁକ୍ତି ଦିଆଯାଇଥିବାବେଳେ ପ୍ରକୃତ କର୍ମଚାରୀଙ୍କ ଆବଶ୍ୟକତା ୧୨୫ରୁ କମ୍‌ ଥିଲା। ପୁରୁଣା ରେଲୱେ ସାଇଡିଂରେ ପ୍ରତି ଶ୍ରମିକ ପିଛା ମାସିକ ରୋଜଗାର ୨୦୧୯ରେ ୧୦୪୪ ଟଙ୍କା, ୨୦୨୦ରେ ୮୬୩୯ ଟଙ୍କା, ବର୍ତ୍ତମାନ ତାହା ୧୮, ୦୦୦ ଟଙ୍କା ହୋଇଛି l କେବଳ ଦିନକୁ ଦୁଇ ଘଣ୍ଟା କାମ କରି ଶ୍ରମିକମାନେ ଏହି ଅର୍ଥ ରୋଜଗାର କରିପାରୁଛନ୍ତି l ଏହା ସତ୍ତ୍ୱେ ଶ୍ରମିକମାନେ ଭାବୁଛନ୍ତି ଯେ ଏହି ଅର୍ଥ ଯଥେଷ୍ଟ ନୁହେଁ ଏବଂ ନୂଆ ସାଇଡିଂରେ କାମ କରିବାକୁ ଦାବି କରୁଛନ୍ତି। ସ୍ଥାନୀୟ ଲୋକଙ୍କ କ୍ରମାଗତ ଅନୁରୋଧ କ୍ରମେ ଗୋପାଳପୁର ବନ୍ଦର ଅତିରିକ୍ତ ୨୧୯ ଜଣ ଲୋକଙ୍କୁ ନୂଆ ୟାର୍ଡ଼ରେ ରେକ ଅନଲୋଡିଙ୍ଗ କରିବା ପାଇଁ ନିଯୁକ୍ତି ଦେଇଛି l ତେବେ ପୁରୁଣା ୟାର୍ଡର ଶ୍ରମିକମାନେ ଅନ୍ୟ କାହାକୁ ସେଠାରେ ପୁରାଇ ଦେବାକୁ ମନା କରିବା ସହ ନୂଆ ୟାର୍ଡର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି l ଏହା ସହ କୋଭିଡ ମହାମାରୀ ସମୟରେ ବନ୍ଦର ପକ୍ଷରୁ କାର୍ଯ୍ୟରତ ଶ୍ରମିକ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯାଇଛି। ବନ୍ଦରରେ କୌଣସି ଦୂର୍ଭାଗ୍ୟପୁର୍ଣ୍ଣ ଘଟଣା ଘଟିଲେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉଛି। ବନ୍ଦର ପାରିପାଶର୍‌ବିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ପ୍ରଶାସନ ଏ କ୍ଷେତ୍ରରେ ଆଗେଇ ଆସି ସାମ୍ପ୍ରତିକ ସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ପଦକ୍ଷେପ ନେବା ସହ ଶ୍ରମିକ ସମସ୍ୟା ସମାଧାନ ହେଲେ ବନ୍ଦର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ ବୋଲି କୁହାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳିଗଲା ୭ ବଖରା

ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।...

ବବି ଦାସ ଭାଇଙ୍କ ନାଁରେ ଏତଲା, ବ୍ୟବସାୟୀଙ୍କୁ ଧମକ ଦେଇ…

ଯାଜପୁର,୨୨ା୧୧: ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ...

କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ କୃଷକ୍‌ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ...

ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଲା ବାଇକ୍‌, ଦୁଇ ଗୁରୁତର

ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ଫାଟିଲା ପର୍ଯ୍ୟଟକଙ୍କ କାର୍‌ ଚକା, ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ର ନେଲେ ଲକ୍ଷ୍ମୀ ବସ୍‌ କର୍ମଚାରୀ

ପଟାଙ୍ଗି,୨୨ା୧୧(ଶରତ ଧଳ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଦେଓମାଳି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସି ଏକ କାର୍‌ ଦୁର୍ଘଟଣା ହୋଇ ଅଳ୍ପକେ ପର୍ଯ୍ୟଟକମାନେ ବଞ୍ଚି ଯାଇଥିବାବେଳେ ୩ ପର୍ଯ୍ୟଟକ...

ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା

ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ...

ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଫେରାର

କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri