ଚଢ଼ାଉ କରିବାକୁ ଯାଇଥିବା କର୍ମଚାରୀଙ୍କୁ ୮ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

କୋରାପୁଟ,୨୮ା୪(ସ୍ବ.ପ୍ର.): ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗୁରୁବାର କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡଙ୍ଗବିର ଗ୍ରାମରେ ଚଢ଼ାଉ କରିବାକୁ ଯାଇ ଅବକାରୀ ବିଭାଗ କର୍ମଚାରୀଙ୍କୁ ୮ଘଣ୍ଟା ଧରି ଅଟକ ରଖିଥିବା ଜଣାପଡ଼ିଛି। ଡଙ୍ଗବିର ଗ୍ରାମରୁ ଏକ ଟନ୍‌ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଓ ପୋଲିସ ବୁଧବାର ରାତିରେ ଗ୍ରାମକୁ ପ୍ରବେଶ କରିଥିଲେ। ତେବେ ଏଥିରେ ସମ୍ପୃକ୍ତ ଥିବା ଗଞ୍ଜେଇ ମାଫିଆ ଟିମ୍‌କୁ ଗ୍ରାମ ମୁଣ୍ଡରେ ଅଟକାଇଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଗୁରୁବାର ସକାଳେ ଅଟକ ୨ ଜଣ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରାଯାଇଛି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ କହିଛନ୍ତି।

Share