ଓ୍ବାର୍କଶପ୍‌ରେ ଲାଗିଲା ନିଆଁ: ୩୬ ମୃତ

ବେଜିଂ,୨୨।୧୧: ଚାଇନାର କେନ୍ଦ୍ରୀୟ ଅନ୍ୟାଙ୍ଗ ସହରରେ ଥିବା ଏକ ଓ୍ବାର୍କଶପ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୬ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଚାଇନା ଗଣମାଧ୍ୟମ ଏହି ବିଷୟରେ ସୂଚନା ଦେଇଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।
ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା। ୨୦୦ରୁ ଅଧିକ ଉଦ୍ଧାର କର୍ମଚାରୀ ଏବଂ ପ୍ରାୟ ୬୦ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଥିଲେ।

Share