ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ

ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ ପ୍ରାଣୀ ଏକତ୍ରିତ ହୋଇଥାନ୍ତି। କେତେକ ପ୍ରାଣୀ ଆମକୁ ପୋଷକତତ୍ତ୍ୱ ଆଣିବାରେ ସାହାଯ୍ୟ କରୁଥିବାବେଳେ ଅନ୍ୟମାନେ ଅଙ୍ଗାରକାମ୍ଳ ଏବଂ ନାଇଟ୍ରୋଜେନ୍‌ ଚକ୍ରକୁ ତ୍ୱରାନ୍ବିତ କରିଥାନ୍ତି।
ସେମାନଙ୍କ ଅବଦାନକୁ ଅଣଦେଖା କରିବା ଉଚିତ ନୁହେଁ। ସମସ୍ତ ପ୍ରାଣୀଙ୍କ ପାଇଁ ବିଶ୍ୱରେ ଏକ ଉତ୍ତମ ସ୍ଥାନ ଦେବାକୁ ଚେଷ୍ଟା କରିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୪ରେ ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳିତ ହୋଇଥାଏ।
ପ୍ରାଣୀ କଲ୍ୟାଣ ଦିବସ ୧୯୨୫ ମସିହାରୁ ଆରମ୍ଭ ହୋଇଥିଲା। ସାଇନୋଲୋଜିଷ୍ଟ ହେନ୍‌ରିଚ୍‌ ଜିମର୍ମନ ୨୪ ମାର୍ଚ୍ଚ ୧୯୨୫ରେ ଜର୍ମାନୀର ବର୍ଲିନ ସ୍ଥିତ ସ୍ପୋର୍ଟସ ପ୍ୟାଲେସ୍‌ରେ ପ୍ରଥମ ବିଶ୍ୱ ପ୍ରାଣୀ ଦିବସ ଆୟୋଜନ କରିଥିଲେ। ପଶୁମାନଙ୍କ କଲ୍ୟାଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମ କାର୍ଯ୍ୟକ୍ରମରେ ୫୦୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୧୯୨୯ରେ ଏହାକୁ ୪ ଅକ୍ଟୋବରକୁ ସ୍ଥାନାନ୍ତରିତ କରାଯାଇଥିଲ॥
ପ୍ରାଣୀ କଲ୍ୟାଣକାରୀ ସଂସ୍ଥା ନେଚର ୱାଚ୍‌ ଫାଉଣ୍ଡେଶନ ୨୦୦୩ରେ ପ୍ରଥମ ବିଶ୍ୱ ପ୍ରାଣୀ ଦିବସ ୱେବ୍‌ସାଇଟ ଲଞ୍ଚ୍‌ କରିଥିଲା। ପଶୁ ଅଧିକାର ଏବଂ କଲ୍ୟାଣ ପାଇଁ ଏହା ଏକ ଅନ୍ତର୍ଜାତୀୟ ଦିବସ। ଏହି ଦିନଟି ପ୍ରାଣୀ ପ୍ରେମୀ ଦିବସ ଭାବରେ ମଧ୍ୟ ଜଣାଶୁଣା।

Share