ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ କରାଯାଇଥିବା ମଡେଲକୁ ବିଶ୍ୱବ୍ୟାଭ୍କ ପକ୍ଷରୁ ତାରିଫ୍ କରାଯାଇଛି। ଏସିଆର ବୃହତ୍ତମ ବସ୍ତିରେ କରୋନା ସଂକ୍ରମଣକୁ ରୋକିବ ଲାଗି କରାଯାଇଥିବା ଉଦ୍ୟମ ବେଶ୍ ପ୍ରଶଂସା ଯୋଗ୍ୟ ବୋଲି ବିଶ୍ୱବ୍ୟାଙ୍କ କହିଛି। ୨.୫ ବର୍ଗ କିଲୋମିଟର ଅଞ୍ଚଳରେ ରହିଥିବା ଧରାବୀ ବସ୍ତିର ଜନସଂଖ୍ୟା ୬ ଲକ୍ଷରୁ ଅଧିକ। ଲୋକେ ଛୋଟଛୋଟ ଘରେ ରହୁଥିବାବେଳେ ,ଠାକାର ରାସ୍ତା ଅତି ସଂକୀର୍ଣ୍ଣ। ଏଠାକାର ଜନସଂଖ୍ୟା ସାନ୍ଦ୍ରତା ଅଧିକ ଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ଘରଘର ବୁଲି ସ୍କ୍ରିନିଂ ଯୋଗୁ ସଫଳତା ମିଳିଥିବା ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜୁଲାଇରେ ଏଠାରେ କରୋନା ସଂକ୍ରମଣ ୨୦ ପ୍ରତିଶତ କମିଥିଲା। ଲକ୍ଡାଉନ ସମୟରେ ସରକାରଙ୍କ ସମେତ ଅନ୍ୟ ସେଚ୍ଛାସେବୀ ସଂଗଠନ ଗୁଡ଼ିକ ପକ୍ଷରୁ ବସ୍ତିରେ କରାଯାଇଥିବା କାର୍ଯ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।