ଭାରତକୁ ପ୍ରଶଂସା କଲା ବିଶ୍ୱ ବ୍ୟାଙ୍କ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୧୦: କରୋନା ମହାମାରୀ ବିରୋଧରେ ସଫଳ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଏକ ବୈଠକରେ ସେ ଟିକା ଉତ୍ପାଦନ ତଥା ବିତରଣରେ ଅନ୍ତର୍ଜାତୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ସୀତାରମଣଙ୍କ ସହ ତାଙ୍କର ସାକ୍ଷାତ ସମୟରେ ମାଲପାସ ୱାଶିଂଟନ ଭିତ୍ତିକ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ଆନ୍ତର୍ଜାତୀକ ଅର୍ଥ ନିଗମ ଏବଂ ବହୁପକ୍ଷୀୟ ନିବେଶ ଗ୍ୟାରେଣ୍ଟି ଏଜେନ୍ସି ସମେତ ବିଶ ବ୍ୟାଙ୍କ ଗ୍ରୁପର ସମସ୍ତ ସଂସ୍ଥା ମଧ୍ୟରେ ଭାରତ ସହିତ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ବ୍ୟାଙ୍କ ଏକ ବିବୃତ୍ତି ଜାରି କରି କହିଛି ଯେ ଜଳବାୟୁ ପରିବର୍ତ୍ତନ ନେଇ ଭାରତର ଉଦ୍ୟମ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

ଏସବୁ ବ୍ୟତୀତ ଡେଭିଡ ଅନ୍ତର୍ଜାତୀୟ ବିକାଶ ଆସୋସିଏଶନରେ ଭାରତର ସକ୍ରିୟ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ମଧ୍ୟ ଭାରତ ଏଭଳି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ବାର୍ତ୍ତାଳାପ ସମୟରେ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଛନ୍ତି ଯେ ସମୟ ସହିତ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି। ସେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କରୁ ଭାରତ ସବୁ ପ୍ରକାର ସହାୟତା ପାଇ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ

ମସ୍କୋ,୨୦।୧୧:ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା...

ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ

ବ୍ୟାଙ୍କକ୍‌, ୨୦।୧୧: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ପ୍ରାୟ ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି। ଗତ ୧୬ରେ ଏୟାର...

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା...

ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତ କରିବେ। ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଖବରକୁ ସୁନିଶ୍ଚିତ କରାଯାଇଛି। ଏହି ଗସ୍ତ ପାଇଁ...

ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ…

ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ...

ଆମେରିକାକୁ ପାନେ ଦେବ ରୁଷିଆ! ନୂଆ ପରମାଣୁ ନୀତିରେ ଦସ୍ତଖତ କଲେ ପୁଟିନ

ମସ୍କୋ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଂଶୋଧିତ ପରମାଣୁ ନୀତିରେ ଦସ୍ତଖତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଯଦି...

ପାକିସ୍ତାନର ନିଦ ଉଡାଇଲା ଟ୍ରମ୍ପଙ୍କ ନୂଆ କ୍ୟାବିନେଟ

ଓ୍ବାଶିଂଟନ,୧୯।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀଙ୍କୁ ଚୟନ କରିଛନ୍ତି। ଏହି ସମୟରେ ଆଗାମୀ ଟ୍ରମ୍ପ କ୍ୟାବିନେଟର...

୪୫ ଲୋକଙ୍କୁ ୧୦ ବର୍ଷର ଜେଲଦଣ୍ଡ, ଜାଣନ୍ତୁ କ’ଣ ଏହି ମାମଲା

ଭିକ୍ଟୋରିଆ ସିଟି,୧୯।୧୧: ମଙ୍ଗଳବାର ହଂକଂର ହାଇକୋର୍ଟ ୪୫ ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଜାତୀୟ ସୁରକ୍ଷା ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri