ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ବିଶ୍ୱବ୍ୟାଙ୍କ ଟିମ୍ 

ଭୁବନେଶ୍ୱର,୨୫।୯: ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ରଣନୀତି ସମ୍ପର୍କରେ ଅଧ୍ୟୟନ ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସୁପାରିଶ କରିବା ଉଦ୍ଦେଶ୍ୟରେ ଭାରତ ସରକାର, ବିଶ୍ଵବ୍ୟାଙ୍କ ସହଯୋଗରେ ଅଧ୍ୟୟନ ନିମନ୍ତେ ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମେଘାଳୟ ଭଳି ୪ ଟି ରାଜ୍ୟକୁ ଚିହ୍ନଟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ବରିଷ୍ଠ ସରକାରୀ-ବେସରକାରୀ ସହଭାଗିତା (ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ) ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କର ଏକ ୫ ଜଣିଆ ଟିମ୍ ଗତକାଲି ମଙ୍ଗଳବାର ଲୋକସେବା ଭବନରେ ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରମୁଖ ଭିତ୍ତିଭୂମି ବିଭାଗମାନଙ୍କର ସଚିବ, ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ନିର୍ଦ୍ଦେଶାଳୟ ଏବଂ ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣ ରାଜ୍ୟ ପାଇଁ ଲାଭଦାୟକ ହେଉଥିବା ସମ୍ପର୍କରେ ମତ ରଖିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ପ୍ରତିନିଧି ଦଳକୁ ଓଡ଼ିଶାର ନୂତନ ପିପିପି ନୀତି, ପିପିପି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ସଂସ୍ଥାଗତ ଢାଞ୍ଚା ଏବଂ ସାମାଜିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ  ନିକଟରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ରାଜ୍ୟବାସୀଙ୍କ ଆକାଂକ୍ଷା ଏବଂ ଜାତୀୟ ଓ ବିଶ୍ଵ ସ୍ତରରେ ଓଡିଶା ବହୁମୁଖୀ ସ୍ୱୀକୃତି ପାଇଁ “ଭିଜନ୨୦୩୬” ର ଗୁରୁତ୍ଵପୂର୍ଣ ଭୂମିକା ରହିଛି ବୋଲି ସେ ମତପୋଷଣ କରିଥିଲେ ।
ଅତୀତ ଓ ବର୍ତ୍ତମାନର ପ୍ରକଳ୍ପଗୁଡିକର ସଫଳ ରୂପାୟନ ଏବଂ ଆହ୍ଵାନ ବିଷୟରେ ଅବଗତ ହେବା ଏହି ବିଶ୍ଵବ୍ୟାଙ୍କ ଦଳର ପ୍ରାଥମିକ ଲକ୍ଷ୍ୟ ।ଏହାଦ୍ଵାରା ସେମାନେରାଜ୍ୟରେ ଅନୁସରଣ କରାଯାଉଥିବା କେତେକ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରିବାରେ ସକ୍ଷମ ହେବେ, ଯାହିକି, ଅନ୍ୟ ରାଜ୍ୟ ତଥା ପ୍ରମୁଖ ବୈଶ୍ୱିକ ଅଂଶୀଦାରମାନଙ୍କୁ  ଜ୍ଞାନଆହରଣ ପାଇଁ ସହାୟକ ହେବ  । ଏହା ବ୍ୟତୀତ ଆବଶ୍ୟକସ୍ଥଳେ ଭବିଷ୍ୟତ ପ୍ରକଳ୍ପ ପାଇଁ ଗୁରୁତ୍ଵପୂର୍ଣ ବୈଷୟିକ ପରାମର୍ଶଦାତା ସେବା ପ୍ରଦାନ ମଧ୍ୟ ଏହି ଟିମ୍ ର ଲକ୍ଷ୍ୟ ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଛନ୍ତି ଛାତ୍ରୀ! ଭିଡିଓ ଭାଇରାଲ୍ 

କଟକ,୨୫।୯: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତିରଣପଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଥିବାର ଭିଡିଓ ଭାଇରାଲ ହୋଇଛି। ବିଭିନ୍ନ ସୋସିଆଲ ମିଡିଆ...

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୫।୯(ଅନିଲଦାସ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ...

ଆସନ୍ତା ମହିଳା ପର୍ବରେ ମିଳିବ ସୁଭଦ୍ରା ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା...

ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ଧକ୍କାରେ ୨ ଛାତ୍ରୀଛାତ୍ର ଆହତ, ବଡ଼ ପଦକ୍ଷେପ ନେଲେ ପ୍ରଭାତୀ

ଗୋପ,୨୫।୯: ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍...

ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ…

ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍‌ ଅଫିସର ନିଯୁକ୍ତି ହେବେ। ଏହି ଅଫିସର...

ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର,୨୫।୯: ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି। ସ୍ବାସ୍ଥ୍ୟ ସଚିବ ସହ...

ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ

ଭୁବନେଶ୍ୱର,୨୫।୯: ପୁଣି ବଦନାମ ମୁଣ୍ଡାଇଲା ମୋ ବସ୍‌। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ମୋ ବସ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପୁରୀ...

ଭରତପୁର ପରେ ପୁଣି: ଥାନାବାବୁଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ମହିଳା କର୍ମଚାରୀଙ୍କୁ…

ରାଉରକେଲା,୨୫।୯: ପୁଣି ଖାକିରେ ଲାଗିଲା କଳଙ୍କ। ଥାନାବାବୁ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭରତପୁର ଆଦର୍ଶ ଥାନା ପରେ ରାଉରକେଲା ବଣ୍ଡମୁଣ୍ଡା ଥାନାରେ ମହିଳାଙ୍କୁ ଅସଦାଚରଣ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri