Categories: ଫୁରସତ

ବିଶ୍ୱର ସବୁଠୁ ବଡ଼ ବୋଟ୍‌: ଏଥିରେ ତିଆରି ହେବ ୩୯ ଆପାର୍ଟମେଣ୍ଟ, ଦାମ୍‌ ରହିବ…

ଦୁନିଆର ସବୁଠୁ ବିଶାଳକାୟ ବୋଟ୍‌ ତିଆରି ଯୋଜନା ଖୁବ୍‌ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବୋଟ୍‌ରେ ୬ଟି ଫ୍ଲୋର ରହିବ ଏବଂ ୩୯ ଆପାର୍ଟମେଣ୍ଟ ତିଆରି କରାଯିବ। ଏକ ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ଦାମ୍‌ ପ୍ରାୟ ୧୧ ମିଲିୟନ ଅର୍ଥାତ୍‌ ୮୧ କୋଟି ଟଙ୍କା ହେବ। ଏହି ୭୨୮ ଫୁଟ ଲମ୍ବର ସୁପରୟାଚ୍‌ର ନାମ ‘ସୋମନିୟୋ’। ଆସନ୍ତା ୨୦୨୪ରେ ଏହା ଲଞ୍ଚ୍‌ କରିବ ବୋଲି ଆଶା କରାଯାଉଛି।

ଏକ ପ୍ରେସ୍‌ ରିଲିଜ୍‌ ଅନୁଯାୟୀ, ସୋମନିୟୋକୁ ତିଆରି କରିବା ପାଇଁ ପ୍ରାୟ ୬୦୦ ମିଲିୟନ ଡଲାର୍ସ ଅର୍ଥାତ୍‌ ୪୪ ଅରବ ଟଙ୍କା ଖର୍ଚ୍ଚ ହେବ। ଯାହାକି ଦୁନିଆର ସବୁଠୁ  ଚମତ୍କାର। ଏହା ସାହାଯ୍ୟରେ ଲୋକମାନେ ଦୁନିଆର ସବୁଠୁ ବଡ଼ ୟାଚ୍‌ର ମଜା ଉଠାଇପାରିବେ। ଏହା  ବିଳାସମୟ ଆପାର୍ଟମେଣ୍ଟ ହେବ। ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। ଖାସ୍‌ କଥା ହେଲା ଏହି ଆପାର୍ଟମେଣ୍ଟ ଆପଣ କିଣି ପାରିବେ। ଏଥିରେ ଜିମ୍‌ ସେଣ୍ଟର, ଲାଇବ୍ରେରୀ, କିଚେନ ଏବଂ ଡାଇନିଂ ସ୍ପେସ୍‌ ରହିବ।

Share