Categories: ବାଣିଜ୍ୟ

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ବ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ

ଭୁବନେଶ୍ୱର,୩୦।୧୦: କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସାଧାରଣ ଲୋକଙ୍କୁ ବ୍ରେନ ଷ୍ଟ୍ରୋକ୍‌ ବିଷୟରେ ହସ୍ପିଟାଲର କର୍ମଚାରୀମାନେ ଲିଫ୍‌ଲେଟ ଓ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଇଥିଲେ । ଏହି ଅବସରରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ବ୍ରେନ୍‌ ଷ୍ଟ୍ରୋକ ଠାରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବା ସହିତ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥିଲେ। କେୟାର ଭୁବନେଶ୍ୱର ଶାଖା ଏସିଓଓ କ୍ରିଶଲେୟ ଆନନ୍ଦ ପ୍ରତିଦିନ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ସେ ସମ୍ପର୍କରେ କହିବା ସହିତ ସାଧାରଣ ଲୋକଙ୍କୁ ବିଭିନ୍ନ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ସେହିପରି ଡ.ଲୋକନାଥ ଦାଶ ବ୍ରେନ୍‌ ଷ୍ଟ୍ରୋକ ଚିକିତ୍ସା ପାଇଁ କେୟାର ହସ୍ପିଟାଲରେ ଉପଲବ୍ଧ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ନାୟୁରୋଗ ବିଶେଷଜ୍ଞ ଡା. ଶୁଭ୍ରାଂଶୁ ଶେଖର ଜେନା, ଡା. ମିତାଲି କର, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ସୁଶାନ୍ତ ଦାଶ, ଡା.ଦୀପକ ପରିଡ଼ା, ଡା. ଆତ୍ମରଞ୍ଜନ ଦାଶ , ଡ.ଲୋକନାଥ ଦାଶ (ଏଭିପି,ବିଡି)ଙ୍କ ସମେତ ଅନେକ ଜନସାଧାରଣ ସାମିଲ ହୋଇଥିଲେ।

Share