ବିଶ୍ୱ ଯୁଦ୍ଧ ପାଇଁ ଟଙ୍କା ଦେଇପାରିବ ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବ ପାକିସ୍ତାନ ପାଇଁ ଅର୍ଥ ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୨୩।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଷମ ପରିସ୍ଥିତ ଦେଇ ଗତି କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବିଶ୍ୱର ବିଭିନ୍ନ ଦେଶରୁ ସାହାଯ୍ୟ ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିରାଶ ହୋଇ କହିଛନ୍ତି, ସମଗ୍ର ବିଶ୍ୱରେ ଯୁଦ୍ଧରେ ସାହାର୍ଯ୍ୟ କରିବା ପାଇଁ ଅର୍ଥ ଅଛି ହେଲେ ପାକିସ୍ତାନ ପାଇଁ ନାହିଁ।
ଦୁଇ ଦିନିଆ ଗ୍ଲୋବାଲ ଫାଇନାନ୍ସ ପ୍ୟାକେଟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଶେହବାଜ କହିଛନ୍ତି, ବିଶ୍ୱର ଋଣଦାତାଙ୍କର ଯୁଦ୍ଧକୁ ଅର୍ଥ ଦେବା ପାଇଁ କୋଟି କୋଟି ଟଙ୍କା ଅଛି, କିନ୍ତୁ ପାକିସ୍ତାନ ପାଇଁ ନଗଦ ଅର୍ଥ ନାହିଁ। ବିଶ୍ୱ ଋଣଦାତାମାନେ ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ, କିନ୍ତୁ ବନ୍ୟା ପ୍ରଭାବିତ ପାକିସ୍ତାନକୁ ଋଣ ଦେଇ ସାହାର୍ଯ୍ୟ କରିବେ ନାହିଁ।

Share