Posted inଫୁରସତ

ପ୍ରତିରୋଧକ ବ୍ୟବସ୍ଥାକୁ ଗୁରୁତ୍ୱ

ଦିନକୁଦିନ ସମଗ୍ର ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ସହ ଏହି ରୋଗଜନିତ ମୃତ୍ୟୁହାର ବୃଦ୍ଧି ପାଉଛି। ଗ୍ଲୋବୋକାନ ଆକଳନ ଅନୁଯାୟୀ, ୨୦୪୦ ମସିହା ସୁଦ୍ଧା ବିଶ୍ୱବ୍ୟାପୀ କର୍କଟ ରୋଗୀଙ୍କ ସଂଖ୍ୟା ୨୮.୯ ମିଲିଅନ୍‌ ହେବ ବୋଲି ଆଶା କରାଯାଉଛି, ଯାହା ୨୦୨୦ ମସିହାରୁ ୪୭% ବୃଦ୍ଧି ପାଇଛି। କିନ୍ତୁ ଭାରତରେ ଏହି ସଂଖ୍ୟା ୨୦୨୨ରୁ ୬୬ ପ୍ରତିଶତ ବୃଦ୍ଧି ପାଉଛି। ଭାରତରେ ଦେଖାଦେଉଥିବା ପ୍ରାୟ ୬୦-୭୦ ପ୍ରତିଶତ (୪୦% ତମାଖୁ ସମ୍ବନ୍ଧୀୟ, ୨୦% ସଂକ୍ରମଣ ସମ୍ବନ୍ଧୀୟ ଏବଂ ୧୦% ଅନ୍ୟାନ୍ୟ କାରଣ) କ୍ୟାନ୍‌ସର ସମ୍ଭାବ୍ୟ ପରିବର୍ତ୍ତନଶୀଳ ଏବଂ ପ୍ରତିରୋଧକ ବିପଦ କାରଣରୁ ହୋଇଥାଏ। ତେଣୁ ଯଥା ସମୟରେ ରୋଗର ପରିବର୍ତ୍ତନଶୀଳ ବିପଦର କାରଣଗୁଡ଼ିକ ଜାଣି ଏହାକୁ ଯଥାସମ୍ଭବ ରୋକାଯାଇପାରିବ। ହେଲେ ଆମ ଦେଶରେ କର୍କଟ ଚିକିତ୍ସା ପାଇଁ ସୀମିତ ସୁବିଧା ଥିବାରୁ ପ୍ରତିରୋଧକ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ହିଁ ଏହି ରୋଗର ମୁକାବିଲା କରିବାର ଏକମାତ୍ର ପ୍ରଭାବଶାଳୀ ଉପାୟ।
ଭାରତୀୟଙ୍କ ପାଇଁ ନିର୍ଦ୍ଦିଷ୍ଟ ଚିନ୍ତାର କାରଣଗୁଡ଼ିକ ହେଉଛି- ଧୂମହୀନ ତମାଖୁ, ଆରେକା, ଗୁଆ ଚୋବାଇବା(ପ୍ରାୟତଃ ତମାଖୁ ସହିତ), ମଦ୍ୟପାନ। ଆନୋ-ଜେନିଟାଲ୍‌ ଏଚ୍‌ପିଭି ଏବଂ ହେପାଟାଇଟିସ ଭଳି ରୋଗ ସଂକ୍ରମଣ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ମେଦବହୁଳତା ଏବଂ ଶାରୀରିକ ପରିଶ୍ରମର ଅଭାବ ମଧ୍ୟ କର୍କଟ ରୋଗର ବୃଦ୍ଧି ପାଇବାର ମୁଖ୍ୟ କାରଣ।
କ୍ୟାନ୍‌ସର ରୋଗର କାରଣ, ଭୟାବହତା ଏବଂ ଏହାକୁ ପ୍ରତିରୋଧ କରିବା ଦିଗରେ ଜନ ସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ- ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ତେବେ କେବଳ ଗୋଟିଏ ଦିନ ନୁହେଁ ଏହି ମାସକୁ ମଧ୍ୟ କର୍କଟ ମାସ ଭାବେ ପାଳନ କରାଯାଉଛି। ତେବେ ଏହି ଦିବସ ଉପଲକ୍ଷେ ଚଳିତ ବର୍ଷର ଥିମ୍‌ ରହିଛି ‘ କ୍ଲୋଜ୍‌ ଦ କେୟାର୍‌ ଗ୍ୟାପ୍‌’, ଅର୍ଥାତ୍‌ ରୋଗୀର ଚିକିତ୍ସା ଏବଂ ଯତ୍ନ ପ୍ରତି ଅଧିକ ଯତ୍ନଶୀଳ ହେବା। ଏହି ଅଭିଯାନରେ ସମଗ୍ର ବିଶ୍ୱରେ କର୍କଟ ରୋଗର ଅସମାନତାକୁ ବୁଝିବା ଏବଂ ଚିହ୍ନିବା ବିଷୟରେ ଗୁରୁତ୍ୱ ଦିଆଯାଉଛି।
ଏ ବର୍ଷର ସ୍ଲୋଗାନ
ଚିକିତ୍ସା ଜଗତରେ ଗୁରୁତର ରୋଗ ମଧ୍ୟରେ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ସ୍ତରରେ ଏହାକୁ ନିର୍ଣ୍ଣୟ କରାଯାଇପାରିଲେ ସେଥିରୁ କେତେକେ ଆରୋଗ୍ୟ ଲାଭ କରିପାରୁଛନ୍ତି। ହେଲେ ଏହା ବିଳମ୍ବରେ ଜଣାପଡ଼ିଲେ କିମ୍ବା ଚିକିତ୍ସାରେ ଅବହେଳା ହେଲେ ତାହା ପ୍ରାଣଘାତକ ସାଜିଥାଏ। ତେଣୁ ଏହାର କାରଣ ଏବଂ ଚିକିତ୍ସା ପ୍ରତି ସତେଚତନା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ‘ବିଶ୍ୱ କର୍କଟ(କ୍ୟାନ୍‌ସର) ଦିବସ’ ଭାବରେ ପାଳନ କରାଯାଇଆସୁଛି। ଏହି ଅବସରରେ ଚଳିତ ବର୍ଷର ଥିମ୍‌ ରହିଛି ‘କ୍ଲୋଜ୍‌ ଦ କେୟାର ଗ୍ୟାପ୍‌’। ଅର୍ଥାତ୍‌ କ୍ୟାନ୍‌ସର ରୋଗୀଙ୍କ ଯତ୍ନ ନେବା ସମୟରେ ଥିବା ଦୂରତ୍ୱ ଯେତେ କମ୍‌ ହେବ ସେତେ ଭଲ। କ୍ୟାନ୍‌ସରର ଲକ୍ଷଣ ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ। ତେବେ ଏ ସମ୍ପର୍କରେ ଜାଣିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ କ୍ୟାନ୍‌ସର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବା ଜରୁରୀ।
ସନ୍ତୁଳିତ ଖାଦ୍ୟ କମାଏ କ୍ୟାନ୍‌ସର ଆଶଙ୍କା
ଜଣେ ବ୍ୟକ୍ତି ଯଦି ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତି ତେବେ ସେ କେତେକାଂଶରେ ନିଜକୁ କ୍ୟାନ୍‌ସରଠାରୁ ଦୂରେଇ ରଖିପାରିବେ ବୋଲି ଏକ ସର୍ଭେରୁ ଜଣାପଡିଛି। ‘କ୍ୟାନ୍‌ସର ଆଶଙ୍କା କମ୍‌ ପାଇଁ ସନ୍ତୁଳିତ ଖାଦ୍ୟର ଭୂମିକା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର କ୍ୟାନ୍‌ସର ବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଯେଉଁମାନେ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଉଥିଲେ ସେମାନଙ୍କ ଭିତରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର ଲକ୍ଷଣ ଦେଖିବାକୁ ମିଳି ନ ଥିଲା।

-ଡା. ଚିନ୍ମୟ ପାଣି,
କର୍କଟ ରୋଗ ବିଶେଷଜ୍ଞ, ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri