Categories: ବାଣିଜ୍ୟ

ବିଏମ୍‌ସି ପକ୍ଷରୁ ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର,୬।୨: ବାଲକୋ ମେଡିକାଲ ସେଣ୍ଟର (ବିଏମସି) ପକ୍ଷରୁ ବିଶ୍ୱ କର୍କଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ନିର୍ମାତା ହୋଇଥିଲାବେଳେ ଉତମ ସ୍ବାସ୍ଥ୍ୟସେବା ତଥା କ୍ୟାନସର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଛତିଶଗଡର ରାୟପୁରଠାରେ ଏକ ଅତ୍ୟାଧୁନିକ କ୍ୟାନସର ସେଣ୍ଟର (ବିଏମସି କ୍ୟାନସର ୟୁନିଟ) ବାଲକୋ ମେଡିକାଲ ପରିସରରେ ପ୍ରତିଷ୍ଠା କରିଛି। ବିଶେଷ କରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବା ଲାଗି ବେଦାନ୍ତ ଗ୍ରୁପର ପ୍ରତିବଦ୍ଧତାକୁ ଏହା ପ୍ରମାଣିତ କରିଛି। ଏପରିକି କ୍ୟାନସର ରୋଗର ଚିକିତ୍ସା ପାଇଁ ବିଏମସି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ କ୍ୟାନସର ରୋଗ ବିଷୟରେ ସଚେତନ କରୁଛି। ସେହିଭଳି ସ୍ତନ, ଗର୍ଭାଶୟ ଓ ବେକ ପାଇଁ ଏକ ମାମୋଗ୍ରାଫି ଭ୍ୟାନ ଜରିଆରେ କ୍ୟାନସରକୁ ଚିହ୍ନଟ କରି ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସାର ପରାମର୍ଶ ଦେଉଛି, କ୍ୟାନସର ଉପରେ ବାଲକୋ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା ଶିବିର ଆୟୋଜନ କରାଯାଉଛି। ୨୦୧୮ରେ ବିଏମସି ଆରମ୍ଭ ହେବା ପରଠାରୁ ୩୫,୦୦୦ରୁ ଅଧିକ ଲୋକମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେଇଛି। ଏପରିକି ଘରୋଇ କ୍ୟାନସର ସଚେତନତା ଓ ଚିକିତ୍ସା ମଧ୍ୟରେ ରହିଥିବା ବ୍ୟବଧାନକୁ ସେଣ୍ଟର ଦୂର କରିପାରିଛି। ଏପରିକି ଉନ୍ନତ କେମୋଥେରାପି, ବ୍ରାଚିଥେରାପି, ନ୍ୟୁକ୍ଲିୟର ମେଡିସିନ, ଇମେ୍ୟୁନୋଲୋଜି ପ୍ରଭୃତି ସହ ପାଲିଏଟିଭ କେୟାର ପାଇଁ ଏହା ପୂର୍ବ ଭାରତରେ ବିଶିଷ୍ଟ ଅଙ୍କୋଲୋଜି ହସ୍ପିଟାଲ ଭାବେ ଖ୍ୟାତି ଅର୍ଜନ କରିଛି। ଏଠାରେ ୧୭୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ନିଦାନ ଓ ଚିକିତ୍ସା ବ୍ୟବସ୍ଥା ରହିଛି, ଏହା ବ୍ୟତୀତ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ଓ ଜେନୋମିକ୍ସ ବାୟାଟେକରେ ଥିବା ବିଶେଷଜ୍ଞଙ୍କ ସହ ପରାମର୍ଶ ଓ ଜ୍ଞାନ ଆଦାନ ପ୍ରଦାନ କରୁଛି।
ଏ ସମ୍ପର୍କରେ ବିଏମସିର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଛନ୍ତି, ବିଶ୍ୱ କର୍କଟ ଦିବସ ଏକ ସ୍ମାରକ ରୂପେ କାର୍ଯ୍ୟ କରିଥାଏ। ଏହା କେବଳ କ୍ଲିନିକ ଓ ଲାବରେଟୋରିରେ ନୁହେଁ ବରଂ ଲୋକଙ୍କ ମନକୁ ପ୍ରଭାବିତ କରିବା ଓ ରୋଗ ବିଷୟରେ ସଚେତନ କରିବା ଦିଗରେ କାର୍ଯ୍ୟ କରୁଛି, ବିଶେଷ କରି ବିଏମସି ଗ୍ରାମାଞ୍ଚଳର ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ବ୍ୟବଧାନକୁ ଦୂର କରିବାରେ ପଦକ୍ଷେପ ଗ୍ରହଣ କରିଛି। ଏପରିକି ରୋଗ ଉପରେ ସଚେତନ ସୃଷ୍ଟି କରିବାରେ ବାଲକୋ ମେଡିକାଲ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।

Share