Categories: ବାଣିଜ୍ୟ

ଉତ୍କଳରେ ଓ୍ବାର୍ଲଡ କ୍ୟାନ୍‌ସର ଡେ

ଭୁବନେଶ୍ୱର,୫।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଅଗ୍ରଣୀ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ ‘ଉତ୍କଳ ହସ୍ପିଟାଲ’ରେ ଓ୍ବାର୍ଲଡ କ୍ୟାନ୍‌ସର ଡେ’ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ବାଇକ୍‌ ରାଲି ହସ୍ପିଟାଲ ପରିସରରୁ ଆରମ୍ଭ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍କଟ ରୋଗ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ ସହ ବାଇକ୍‌ ରାଲିରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ଏମ୍‌ଡି ଡ. ପ୍ରଜ୍ଞାନ ରଞ୍ଜନ ଘଡ଼େଇ, ଅଙ୍କୋଲୋଜି ବିଭାଗର ବରିଷ୍ଠ ଡା. ଚିନ୍ମୟ ପାଣି, ଡା. ସଞ୍ଜୟ ମିଶ୍ର ଏବଂ ଡା. ବ୍ରହ୍ମାନନ୍ଦ ଶତପଥୀଙ୍କ ସମେତ ବହୁ ବରିଷ୍ଠ ଚିକିତ୍ସକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share