ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା…

ଢାକା,୨୬।୧୧: ଢାକା ପୋଲିସ ସୋମବାର-ନଭେମ୍ବର ୨୫ରେ ବାଂଲାଦେଶ ଇସ୍କନର ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଛି। ଏହା ପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିଶେଷକରି ରାଜଧାନୀ ଢାକା ଏବଂ ସଲଗ୍ନ ଶାହାବାଗ ଅଞ୍ଚଳରେ ଲୋକେ ଚିନ୍ମୟଙ୍କ ମୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଚିନ୍ମୟ ଦାସ ରାଜଧାନୀ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ଅପରାହ୍ନ ସାଢ଼େ ୩ଟାରେ ପହଞ୍ଚିଥିଲେ। ସେ ଚଟ୍ଟାଗ୍ରାମ ଯାଉଥିଲେ। ତେବେ ସେହି ସମୟରେ ତାଙ୍କୁ ସାଧା ପୋଷାକ ପିନ୍ଧା କିଛି ଲୋକ ନିଜକୁ ଗୁଇନ୍ଦା ବିଭାଗର ସଦସ୍ୟ ବୋଲି କହି ବିମାନବନ୍ଦରରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ।
ଚିନ୍ମୟ ଦାସଙ୍କ ଉପରେ ଅଭିଯୋଗ କ’ଣ?
ଢାକା ପୋଲିସ କହିଛି ଯେ ଚିନ୍ମୟଙ୍କ ଗିରଫଦାରୀ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଆଧାରରେ ହୋଇଛି। ତାଙ୍କ ବିରୋଧରେ ବାଂଲାଦେଶର ରାଷ୍ଟ୍ରୀୟ ପତାକାକୁ ଅପମାନିତ କରିବା ଅଭିଯୋଗ ହୋଇଛି। ପୂର୍ବତନ ବିଏନ୍‌ପି ନେତା ଫିରୋଜ ଖାନ୍‌ ତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି।
ଚିନ୍ମୟ ଦାସ କିଏ? କାହିଁକି ଚର୍ଚ୍ଚାରେ…
ଚିନ୍ମୟ ଦାସ ଚଟ୍ଟଗ୍ରାମ(ବାଂଲାଦେଶର ଦ୍ୱିତୀୟ ସର୍ବବୃହତ ସହର)ରେ ଚାଲୁଥିବା ପୁଣ୍ଡରିକ ଧାମର ମୁଖ୍ୟ ଅଟନ୍ତି। ହିନ୍ଦୁ ସମୁଦାୟର ପ୍ରମୁଖ ଚେହେରା ଦାସ ଇସ୍କନର ମୁଖପାତ୍ର ଭାବେ ଜଣାଶୁଣା। ତାଙ୍କ ଅନୁଗାମୀ ସାରା ଦେଶରେ ଅଛନ୍ତି। ପୁଣ୍ଡରିକଧାମ ମଧ୍ୟ ବାଲାଂଦେଶ ଇସ୍କନର ଅଂଶ ଅଟେ।
ଦାସ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାରକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି। ଶେଖ ହସିନା ସରକାର ଯିବା ପରଠାରୁ ସେ ହିନ୍ଦୁ ତଥା ଅନ୍ୟାନ୍ୟ  ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଦୃଢ଼ ନିନ୍ଦା କରିଛନ୍ତି।
ଗତ ମାସରେ, ଏକ ଖବରଦାତା ସମ୍ମିଳନୀରେ ଦାସ ସାମ୍ପ୍ରଦାୟିକ ସୌହାର୍ଦ୍ଦ ସ୍ଥାପନ ଲାଗି ଜମାତ-ଏ-ଇସଲାମୀ ବାଲାଂଦେଶ ସମେତ ଅନ୍ୟ ରାଜନୈତିକ ଦଳର ସମର୍ଥନକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିଏନ୍‌ପି ଭଳି ଦଳ ସହ ବୈଠକ ମଧ୍ୟ କରିଛନ୍ତି।
କହିରଖୁଛୁ, ବାଂଲାଦେଶର ଜନସଂଖ୍ୟାର ପ୍ରାୟ ୮% ହେଉଛନ୍ତି ହିନ୍ଦୁ। ଯେଉଁ ଇସ୍କନ ସହ ଚିନ୍ମୟଙ୍କ ସାମଞ୍ଜସ୍ୟ ରହିଛି, ତାର ବାଂଲାଦେଶରେ ୭୭ରୁ ଅଧିକ ମନ୍ଦିର ରହିଛି। ଏହି ସଂସ୍ଥା ସହ ପ୍ରାୟ ୫୦ ହଜାର ଲୋକ ଜଡ଼ିତ ଅଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ସବୁଠାରୁ ବଡ଼ ଡ୍ରୋନ୍‌ ଆକ୍ରମଣ, ୟୁକ୍ରେନ୍‌ ଉପରେ ଏହାସାଙ୍ଗରେ ଛାଡ଼ିଲା ୧୮୮ ଡ୍ରୋନ୍‌

କ୍ୱିଭ୍‌,୨୬।୧୧: ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର...

ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ...

ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ...

ଘର ଉପରେ ଖସି ପଡିଲା କାର୍ଗୋ ବିମାନ

ବର୍ଲିନ,୨୬।୧୧: ପାର୍ସଲ ଏବଂ କ୍ୟୁରିଅର୍‌ ସେବା ଯୋଗାଉଥିବା ଜର୍ମାନୀର DHL କମ୍ପାନୀର ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ୨୫...

ହିନ୍ଦୁ ସାଧୁଙ୍କ ଗିରଫକୁ ନେଇ ବାଂଲାଦେଶରେ ବଢୁଛି ହିଂସା, ଭାରତ ସରକାରଙ୍କୁ ସାହାଯ୍ୟ ମାଗିଲା ଇସ୍କନ

ଢାକା,୨୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। ଚିନ୍ମୟ...

ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, ୧୬ ମୃତ

ଜାକର୍ତ୍ତା, ୨୬।୧୧: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ...

ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି

ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି।...

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri