ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଆସୁଛି କରୋନାର ତୋଫାନ

ଜେରୁଜେଲମ,୩ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମଣ । ଆମେରିକା ଭଳି ବିକଶିତ ଦେଶ ବି ଏଥିରୁ ବାଦ୍ ଯାଇ ନାହିଁ । ଦିନକୁ ହଜାର ହଜାର ସଂଖ୍ୟାରେ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏବେ ଏହାର ମୁଖ୍ୟ କାରଣ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବୋଲି କୁହାଯାଉଛି । ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫ୍‌ତାଲି ବେଟେନ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆଗକୁ ଆସିବାକୁ ଅଛି କରୋନାର ବଡ ଧରଣର ତୋଫାନ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ସଂକ୍ରମିତ ହେବା ସହ ହସ୍ପିଟାଲରେ ସ୍ଥାନାଭାବ ଦେଖାଯିବ ବୋଲି ସେ କହିଛନ୍ତି । ତେବେ ଡେଲ୍ଟା ଭାରିଏଣ୍ଟଠାରୁ ଓମିକ୍ରନ୍ କମ୍ ଭୟଙ୍କର ହୋଇଥିବାରୁ ଏଥିେରେ ମୃତ୍ୟୁ ସଂଖ୍ୟା କମ୍ ରହିପାରେ ବୋଲି ସେ କହିଛନ୍ତି ।

Share