Categories: ଖେଳ

ଆଜି ବାଂଲାଦେଶକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଆଡିଲେଡ,୨।୧୧: ଟି-୨୦ ବିଶ୍ୱକପ ସୁପର ୧୨ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଭାରତୀୟ କ୍ରିକେଟ ଦଳ ଆଜି ବାଂଲାଦେଶକୁ ଭେଟିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଆଡିଲେଡରେ ଖେଳାଯିବ। ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ ଜିତି ଭାରତ ସେମିଫାଇନାଲ ଦାବିକୁ ଦୃଢ କରିବ।
ପଏଣ୍ଟ ଟେବୁଲ ବିଷୟରେ କହିବାକୁ ଗଲେ ଭାରତ ଏବଂ ବାଂଲାଦେଶ ସମାନ ୪-୪ ପଏଣ୍ଟ ପାଇଛନ୍ତି। ଉଭୟ ଦଳ ତିନୋଟି ମ୍ୟାଚ ଖେଳିଛନ୍ତି। କିନ୍ତୁ  ନେଟ ରନ ହାର ଆଧାରରେ ଟିମ ଇଣ୍ଡିଆ ଦୁଇ ନମ୍ବରରେ ଥିବାବେଳେ ବାଂଲାଦେଶ ଦଳ ତୃତୀୟ ସ୍ଥାନରେ ରହିଛି। ଅଭିଜ୍ଞ ଅଲରାଉଣ୍ଡର ଶାକିବ ଅଲ ହାସନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବାଂଲାଦେଶ ଦଳକୁ ହାଲୁକା ଭାବେ ଗ୍ରହଣ କରିବାରେ ଭୁଲ କରିବ ନାହିଁ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ୨ ଅକ୍ଟୋବରରେ ଖେଳାଯିବ। ଏହି ମ୍ୟାଚ ଆଡିଲେଡ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ। ଟସ୍‌ ୧୨.୩୦ରେ ପଡିବ। ଷ୍ଟାର ସ୍ପୋର୍ଟସ ନେଟୱାର୍କର ଟି-୨୦ ବିଶ୍ୱକପ ପ୍ରସାରଣ କରିବାର ଅଧିକାର ଅଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆପଣ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଭାରତ ଏବଂ ବାଂଲାଦେଶ ମ୍ୟାଚ ଦେଖିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଦେଖିବାକୁ ମିଳିବ।

Share