ପୁଣି ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ ତାରକା ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଚିୟର କରୁଛନ୍ତି। ଶାହାରୁଖ ଖାନ ମଧ୍ୟ ତାଙ୍କ ପରିବାର ସହିତ ଟିମ ଇଣ୍ଡିଆକୁ ସମର୍ଥନ କରିବାକୁ ଆସିଛନ୍ତି।
ଏହି ସମୟରେ ଶାହାରୁଖ ଖାନ ଆଶା ଭୋସଲେଙ୍କ ସହ ଷ୍ଟାଡିୟମରେ ବସିଥିବାର ନଜର ଆସିଥିଲେ। ଏବେ କିଙ୍ଗ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ପ୍ରଶଂସକମାନେ ଶାହାରୁଖଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଭାଇରାଲ ଭିଡିଓରେ ଅଭିନେତା ଗାୟକଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି, ଯେଉଁଥିରେ ସେ ଗାୟିକାଙ୍କ ଅଇଁଠା କପ ଉଠାଇଥିଲେ। ଏହା ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଯୁଜର୍ସ ଲେଖିଛନ୍ତି,ଗୋଟିଏ ମାତ୍ର ହୃଦୟ ଆଉ କେତେଥର ଜିତିବ। ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ଏହା ହିଁ ଆଜି ଏହି ସ୍ଥାନରେ ପହଞ୍ଚାଇଛି।

Share