Categories: ଖେଳ

କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ, କେଉଁଠି ହେବ ଭାରତ-ପାକିସ୍ତାନ ମହାମୁକାବିଲା

ନୂଆଦିଲ୍ଲୀ,୨୭।୬: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଜିଠୁ ୧୦୦ଦିନ ପରେ ବିଶ୍ୱକପ ମ୍ୟାଚ ଆରମ୍ଭ ହେବ। ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ। ଉଲ୍ଲେଖଥାଉ କି, ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିସହ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପରେ ପ୍ରଥମ ମ୍ୟାଚ ୮ ଅକ୍ଟୋବରରେ ଖେଳିବ। ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଏବଂ ରନର୍‌ ଅପ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ। ତେବେ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ୧୯ ନଭେମ୍ବରରେ ଖେଳାଯିବ। ପ୍ରଥମ ଥର ପାଇଁ ସମଗ୍ର ଟୁର୍ନାମେଣ୍ଟ ଭାରତରେ ଖେଳାଯିବ।

ଏଥର ମୋଟ ୧୦ଟି ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ, ପ୍ରଥମ ଆଠଟି ଦଳ କ୍ରିକେଟ ବିଶ୍ୱକପ ସୁପର ଲିଗ ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଜୁଲାଇ ୯ରେ ଶେଷ ହେବାକୁ ଥିବା ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଶେଷରେ ଅନ୍ତିମ ଦୁଇଟି ସ୍ଥାନ ସ୍ଥିର ହେବ।

Share