Categories: ଖେଳ

ଶ୍ରୀଲଙ୍କାଙ୍କୁ ବଡ଼ ଝଟ୍‌କା, ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଅଧିନାୟକ

ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ୍‌ରେ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟ୍‌କା। ଅଧିନାୟକ ଦାସୁନ ଶାନାକା ଆହତ ହେବା କାରଣରୁ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ତାଙ୍କର ଡାହାଣ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଛି। ତେବେ ଦଳରେ ତାଙ୍କ ସ୍ଥାନରେ ଚାମିକା କରୁଣାତ୍ନେଙ୍କୁ ସାମିଲ କରାଯାଇଛି।

୩୨ ବର୍ଷୀୟ ଶାନାକା ବିଶ୍ୱକପ୍‌ରେ ଏଯାବତ ଭଲ ପ୍ରଦର୍ଶନ କରିଆସୁଥିଲେ। ହେଲେ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୦ରେ ଖେଳାଯାଇଥିବା ମ୍ୟାଚ୍‌ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ଏବେ ତାଙ୍କୁ ସୁସ୍ଥ ହେବାକୁ ଅତି କମ୍‌ରେ ୩ ସପ୍ତାହ ଲାଗିବ ବୋଲି ଜଣାପଡ଼ିଛି।

Share